ପ୍ରିୟା-୪୫
ପ୍ରିୟା-୪୫
ସୂରୂଜ କିରଣ ଯାରେ
ପାରିନି ଛୁଇଁ
ଜହ୍ନ ଆଲୁଅ ରେ ଯାର
ପଡ଼ିନି ଛାଇ
ବରଷା ପାରିନି ଯାର l
ପାଦକୁ ଧୋଇ
ମଳୟ ପାରିନି ଯାର
କାନି ଉଡ଼େଇ
ଚୋରେଇ ପାରିନି ମନ l
ଚୋରା ଚଇତି
ଫେରେଇ ପାରିନି ଆଖି
ମଧୁ ମାଳତୀ
ବସନ୍ତ ପାରିନି ଯାର l
ମୁଣ୍ଡ ଆଉଁଷି
ସପନ ପାରିନି ଦେଇ
ନିଦ ମାଉସୀ l
ବୈଶାଖ ପାରିନି ତନୁ
ଝାଳ ବାହାର
ଭୋଦୁଅ ଦେଇନି ଯାରେ
ଦୁଃଖ ପ୍ରହାର l
ଶୀତ ବି ପାରିନି ଧରି
ଜଡ଼େଇ ତାକୁ
ରାତି ବି କରିନି ଚେଷ୍ଟା
ଘୋଡ଼େଇବାକୁ l
ଲାଜବତୀ ଥାଏ ପାଶେ
ଅତି ନିଜର
କୋକିଳ ତା ସହଚରୀ
ବଢ଼ାଏ ସ୍ବର l
ଅଳସୀ କଳସୀ ଆଣି
ପିଆଏ ପାଣି
ରୂପସୀ ଷୋଡ଼ଶୀ ଯେତେ
ତାର ଧୋବଣୀ
କେଶ ବାନ୍ଧି ଦିଏ ନିତି l
କଂସର ରାଣୀ
ବେଶ କରିବାକୁ ଆସେ
ମେନକା ପୁଣି
ସରସ୍ବତୀ କୋଳେ ବସି l
କରେ ଯେ ଶିକ୍ଷା
କନ୍ଦର୍ପ କରନ୍ତି ଯାରେ
ପ୍ରେମରର ଭିକ୍ଷା
ପ୍ରେମରେ ଭରିଛି ଯାର l
କୋମଳ ହିଆ
ଅଲିଅଳୀ ଲାଜକୋଳୀ
ସେ ମୋ ପ୍ରିୟା
ପ୍ରିୟା l

