STORYMIRROR

Chittaranjan Nanda

Abstract Fantasy Inspirational

3  

Chittaranjan Nanda

Abstract Fantasy Inspirational

ଭାବନା ମାରୁଛି ଉଙ୍କି

ଭାବନା ମାରୁଛି ଉଙ୍କି

1 min
152


ଭାବନା ମାରୁଛି ଉଙ୍କି,

ଜନ୍ମଭୂମିର ସ୍ମୃତିରେ,

ଲେଖିବାକୁ ଅଛି,

ବହୁ କଥା ମୋ ଚେତନାରେ,

ଅପେକ୍ଷା କରିବି କାହିଁକି?

ଜନ୍ମଭୂମି କାହାପାଇଁ ?

ଖାଲି ଭୋଟ୍ ର ସୂତାଟିଏ କି?

ନାଆ, କେବେ ନୁହେଁ,

ମମତା,ପ୍ରୀତି,ଭକ୍ତିର ନିର୍ମାଲ୍ୟ ମୋ ପାଇଁ,

ଜନ୍ମଭୂମି କଥା ଭୁଲି ପାରିବିନି କେବେ,

ଏ ତ ମୋର ଅସ୍ତିତ୍ବ, 

ମୋ ସରଗପୁର, 

ଏଇ ମାଟିରେ ମିଶିବି,

 ମରିବି ଯେବେ,

 ହସରେ ଦୁଃଖରେ,

ମୋ ଆଗ ସାଥୀ ସିଏ ଦିନରାତି,

କଟିଛି ମୋ ପିଲାଦିନ, 

ଦେଇଛି ସାଙ୍ଗ ସୁଖ, 

ମନରେ ନଥାଏ ଭୀତି ଥିଲେ ଏଠି,

ଏଠି ମୋର ବାପା ମାଆ,

ପାଇଛି ମୋ ସବୁ ପ୍ରଥମ ଗୁରୁଙ୍କର ପ୍ରେମ,

କେତେ କଷ୍ଟ ସହି କରିଛନ୍ତି,

ମୋତେ ବଡ଼, ହିସାବ ଅଛି କି ତାର ?

ଭୁଲି ପାରିବିନି, ଭୁଲି ପାରିବିନି,  

ଏ ମାଟି କଥା କେବେ ଜୀବନରେ,

ପାଖ ପଡିଶା ଉଠି ଆସନ୍ତି ସହସା,

 ରାଗ ରୁଷା ଅଭିମାନ ଥାଇପାରେ,

ଏହାର ପବନ ନଦୀ ସାଗର ପାହାଡ ଝରଣା

ଦେଇଛି ମୋତେ ଶବ୍ଦ,

ଭୁଲି କି ପାରିବି ପାଇଲେ ମଧ୍ୟ ଅମାପ ଯାତନା?

ଜନ୍ମଭୂମିର ମହତ୍ତ୍ୱ ରହିଛି,

 ମୋର ଛାତି ତଳେ,

ଦେଖେଇ ହେବା ପାଇଁ ନୁହେଁ,

କାହିଁକି ଦେଖାଇବି ଯେ,

କାହାପାଇଁ,

ଭୋଟ୍ ପାଇଁ ମତୁଆଲା ଲୋକଙ୍କ ପାଇଁ,

କେବେ ନୁହେଁ, କେବେ ନୁହେଁ, 

ଏ ତ ଶାଶ୍ୱତ ପ୍ରୀତିର ସତ୍ତା, 

ଶ୍ରେଷ୍ଠ ଯୁଗେ ଯୁଗେ ଏ ମହୀତଳେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract