STORYMIRROR

Prahallad Sahoo

Romance Classics Fantasy

3  

Prahallad Sahoo

Romance Classics Fantasy

ପାହାଡର ଫୁଲ

ପାହାଡର ଫୁଲ

1 min
203


ତୁମେ ଦୂର ପାହାଡ ର ଫୁଲ

ତୁମେ ଆଶା ସ୍ରୋତସ୍ବିନୀ ଅମୂଲ ମୂଲ 

ତୁମ ବାସ୍ନାରେ ବାସ୍ନାୟିତ ମୋ ହୃଦୟ

ତୁମେ ହସ ହସ ମମତାମୟୀ ପାହାଡି ତନୟ 

ତୁମେ ପାହାଡି ଝରଣାରେ ଝରି ଆସ 

କଅଁଳ ଖରାରେ ଚହଟୁଥାଏ ତୁମ ବାସ

ଦୂରେ ବହୁଦୂରେ ପ୍ରତୀକ୍ଷିତ ମୁଁ 

ତୁମ ସେ ବାସ୍ନାରେ ବାସି ଯିବାକୁ ।।


ପୌଷ, ମାଘେ କୁହୁଡି ଭିଜା ସଞ୍ଜ 

ସେ ସଞ୍ଜର ଦିକ୍ ଦିକ୍ ନିଆଁ ଉମ୍ହେଇଁ 

ଉମ୍ହେଇର ଧୂଆଁରେ ଧୂମାଳ ଋତୁପର୍ଣ୍ଣା ଆକାଶ

ବଉଦ ସଙ୍ଗେ ମିଶିବାର ଅବକାଶ

ଭଷାବାଦଲରେ ପ୍ରତିଫଳିତ ତୁମ ମୁହଁର ହସ

ସେ ହସରୁ ଝରୁଥାଏ ମୁକୁତାର ଉଛ୍ଛାସ ।।


ଆଶା ଓ ବିଶ୍ବାସର ବଳୟରେ ଏ ମନ 

ତୁମ ପ୍ରଗଳ୍ଭତାରେ ନିତି ଝୁରେ 

ଫଗୁଣ ସଞ୍ଜରେ ନବ ଲଳନା ପାଦରେ 

ରୁଣୁଝୁଣୁ ପାଉଁଜିର ନିକ୍ବଣ ଶବ୍ଦରେ

ଖୋଜୁଥାଏ ଏ ମନ ତୁମକୁ ସେହି ସହକାରେ

ଥରେ କହିଦିଅ ଆଜି ନହେଲେ କାଲି

ଆସିବ ମୋ ପାଶେ ବଧୂ ବେଶେ 

ଏ ଆକାଂକ୍ଷିତ ମନକୁ ବୁଝେଇ ଦେବ

ତୁମ ସେ ଅବୁଝା ପଣରେ ।।


ମେଘ ଉହାଡରେ ପୂର୍ଣ୍ଣମୀ ଜହ୍ନରେ 

ଉଦାସି ମନରେ ପ୍ରଣୟ ବ୍ୟଥାରେ 

ଅନୁଭବେ ତୁମ ଅଛୁଆଁ ପରଶ

କୁହ କେବେ ଧରା ଦେବ ବାହୁ ବନ୍ଧନରେ?

ଆମ୍ବ ବଉଳରେ ମହୁଲ ଫୁଲରେ

କୋଇଲିର କୁହୁ ତାନେ 

ହଳଦୀବସନ୍ତର ରଙ୍ଗ ଛିଟାରେ

ମନକୁ ଲଗାମହୀନ କରିଦିଏ

ଛୁଇଁବାକୁ ତୁମ ପରି ଏକ ପାହାଡି ମନଟିଏ

ଖୁସି ତ ସାଉଁଣ୍ଟି ପାରିନାହିଁ 

ଅନ୍ତତଃ ଦୁଃଖ କୁ ଆପଣାର କରି 

ବଞ୍ଚି ଯିବି ତୁମରି ହସର ଧାରେ ଧାରେ ।।


ତୁମରି ସ୍ମୃତିକୁ ହୃଦୟେ ସାଇତି 

ଅପେକ୍ଷିତ ମୁଁ ସମୟର ସ୍ରୋତରେ 

ପ୍ରିୟତମା ସାଜି ଆସିବ ଦିନେ 

ବିରହ ବେଦନା ଭୁଲିଯିବି ସେହି କ୍ଷଣେ।

ଘୃମନ୍ତୀନି ସାଜି ଆସିବ ଯେବେ 

ନାଲି ଓଢଣା ଢାଙ୍କି ବଧୂ ବେଶରେ

ଢେମସା ବାଜା ସଙ୍ଗେ ଶାହାନାଇ ସ୍ବରରେ 

ଲୁଚକାଳି ଖେଳୁଥିବ ମୋ ସ୍ମୃତି ପାଲିଙ୍କିରେ ।।


ଜୀବନର ସବୁ ଦୁଃଖ ଯିବା ଭୁଲି 

ପ୍ରତୀକ୍ଷାକୁ ଅନ୍ତ କରି 

ବାଣ୍ଟି ନେବା ସ୍ମୃତି ଅନୁଭୂତି ଯେତେ

ଜିଇଁବା ଜୀବନ ହୃଦୟ ଭରି।।



Rate this content
Log in

Similar oriya poem from Romance