Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Romance Fantasy

3  

Santosh Kumar Ojha

Romance Fantasy

ପ୍ରିୟା-୪୩

ପ୍ରିୟା-୪୩

1 min
134



ମେଘ ସବାରି ରେ ଆସ ଯେବେ ପ୍ରିୟା

      ବର୍ଷାରାଣୀ ଯାଏ ରୁଷି ,

ଛମ ଛମ ତୁମ  ପାଉଁଜୀର ସ୍ବର

      ତାଠୁ ମଧୁର ବେଶି ।


ପୁଛ ଟେକି କେକୀ  ଯେତେ ନାଚିଲେ ବି

      ଝରେନି ବରଷା ଆହେ ,

ତମେ ରୁଷି ଗଲେ  ମେଘ ଘୋଟି ଯାଏ

      ଅଦିନିଆଁ ଝଡ଼ ବହେ ।


ଚାଲି ଯାଉ ଥିଲେ   ଗଜଗମନୀ ରେ

      ଗମନ ଭୁଲନ୍ତି ନାୟିକା ,

ଚାହିଁ ଦେଉ ଥିଲେ    ମୃଗନୟନରେ

     ମୃଗ ହେଇଯାନ୍ତି ଜଳକା ।


କଥା ତୁମ ଲାଗେ  ରାଣୀ ମଧୁମକ୍ଷି 

      ବଂଶୀ ସ୍ବନ ଲାଗେ ବେସୁରା ,

ଲାଜବତୀ ଯେତେ  ଲାଜ ଭୁଲି ଗଲେ

      ଦେଖି ତୁମ ଲାଜ ପସରା ।


ଅବର୍ଣ୍ଣନୀୟ ବର୍ଣ୍ଣାଳୀ ତୁମେ

        ବର୍ଣ୍ଣମାଳା ହୁଏ ନିଅଣ୍ଟ ,

ପ୍ରିୟା , କେମିତି ବର୍ଣ୍ଣିବି କୁହତ ?


        


Rate this content
Log in

Similar oriya poem from Romance