ପରିଚୟ
ପରିଚୟ
ଆଜିବି ରୂପ ଦେବାକୁ
ଚାହଁ କାହିଁ ବିବର୍ଣ୍ଣା ଛବିକୁ !
ଅତି ଯତ୍ନ ସହକାରେ,
ପାଦ ଥାପି ପ୍ରତୀକ୍ଷା କରିଛ
ଆଉ, କେଉଁ ଶୁଭ ଲଗ୍ନର ?
ଦେଖ,
ପକ୍ଷୀ ସବୁ ବାହୁଡିଲେଣି ନୀଡକୁ
ବେଳ ଗଡିଗଲାଣି
ସୂର୍ଯ୍ୟାସ୍ତ ହେଲାଣି
ଆଉ କିଛି ସମୟ ପରେ
ଆସିଯିବ ରାତି
ଛାଇଯିବ ମେଞ୍ଚା ମେଞ୍ଚା
ବହଳ ଅନ୍ଧାର ।
ତେଣୁ, ବେଳ ଥାଉ ଥାଉ
କିଛିତ ନୂଆଁ ଛବି ଆଙ୍କ
ଲିଓନାର୍ଡୋ ଦା ଭିନସ୍ର
ମୋନାଲିସା ପରି,
ଯେଉଁ ଚିତ୍ରରେ
ଲଭିବ ଅମରତ୍ୱ ତୁମେ
ଯୁଗେ ଯୁଗେ ଉଦ୍ଭାସିତ ହେଉଥିବ
ତୁମେ ସେହିଠାରେ !
ସେହିଠାରେ ହିଁ ଥିବ ତୁମେ
ଆଉ ଥିବ ତୁମ ପରିଚୟ ।
