କହିଲେ କହିବ କହିଲା ବୋଲି
କହିଲେ କହିବ କହିଲା ବୋଲି
ଆଧୁନିକ ଭବ୍ଯ ସଭ୍ୟତା ଭିତରେ
ଭାବନାର ଭାବ ଭିନ୍ନ,
ପରିଚୟ ଶୂନ୍ଯ ସଂସ୍କୃତି ସାଥିରେ
ସଂସ୍କାର ଆଚାର ହୀନ ।
ଦୋଷ ଦୁର୍ବଳତା ବ୍ୟଙ୍ଗ ବ୍ୟବହାର
ବିବେଚନା ନୀତି ନ୍ୟୁନ,
ବିଚାରେ ବିମର୍ଷ କ୍ଷୁବ୍ଧ କ୍ରୋଧ ଭରା
ଅନ୍ୟାୟର ଜୟଗାନ ।
ଅନ୍ଧ ପୁଟୁଳିରେ ବନ୍ଧା ନୟନଟା
ଦେଖି ପାରିବ କି' ନ୍ୟାୟ,
ଆଇନଟା ଖାଲି ନିୟମରେ ଭରା
ଫାଇଲେ ବନ୍ଧା ନିର୍ଣ୍ଣୟ ।
ଜୀବନ ଯୌବନେ ପ୍ରେମ ପ୍ରଣୟନ
ବନ୍ଧନ ସମ୍ପର୍କ ଭିନ୍ନ,
ଆଚାର ବିଚାର ବ୍ୟବହାର ନେଇ
ମତବାଦ ହୁଏ ଅନ୍ୟ ।
ଉଭୟ ମନରେ ତିକ୍ତତା ଜାଗ୍ରତେ
ହୁଏ ଧର୍ଷଣ ଦୁଷ୍କର୍ମ,
ସେଇ ଦୁଇ ମନ ଯୌବନ ଉନ୍ମାଦେ
ନଈପଠା ପରେ ପ୍ରେମ ।
ସେହି ଦୁଇ ଦେହ ପବିତ୍ର ବନ୍ଧନେ
ସ୍ବାମୀ ସ୍ତ୍ରୀ ର ରୂପ ନିଏ,
ସେହି ଦୁଇ ଜଣ ପାପ ପ୍ରଣୟରେ
ଜାରଜ ସନ୍ତାନ ହୁଏ ।
ଭୟ ଥିଲା ମନେ ଅଶନେ ବ୍ଯସନେ
ଲୋକ ଲଜ୍ଜା ଜାତି କୁଳେ,
ବିଜ୍ଞାନ ଜ୍ଞାନ ତା ଶୂନ୍ଯ ଭରିଦେଲା
ଭିନ୍ନ ଜିଜ୍ଞାସାର ଛଳେ ।
ଉଚ୍ଚମନା ହୋଇ ଉଚ୍ଚଶିକ୍ଷା ପାଇ
ଉଚ୍ଚ ନୀଚ୍ଚ ଗଲେ ଭୂଲି,
ଜାତିଆଣ ପ୍ରଥା ନୀତି ଉଚ୍ଛେଦତା
କୋଟା ସମ୍ମାନତା ଖାଲି ।
ଶିକ୍ଷାକ୍ଷେତ୍ରେ ନାହିଁ ସମ୍ମାନ ସମ୍ପର୍କ
ଆଇନ ଡ଼ୋରିରେ ବନ୍ଦୀ,
ଚାଟଶାଳା ନୁହେଁ ପାଠଶାଳା ଏ'ତ
ଶିକ୍ଷକ ମରଇ କାନ୍ଦି ।
ଷାଠ ବୋଲିବାଟା କିଏ'ବା ଜାଣୁଛି
ଛାଟ ଯହିଁ ବାଜୁନାହିଁ,
ସଂସ୍କାର ସଂସ୍କୃତି ପ୍ରକୃତି ସ୍ବୀକୃତି
ହାସଲ କରିବା ପାଇଁ ।
ଶିକ୍ଷା ଯଦି ବ୍ୟବସାୟିକ ହୋଇଲା
ରହିବ କି ଶିଷ୍ଠାଚାର
ରଜା ଗଲାପରେ ପୁଞ୍ଜିପତି ଙ୍କର
ଗୁଞ୍ଜିଉଠେ ଭ୍ରଷ୍ଟାଚାର ।
ଧନେ ଆସକତ ମନରେ ନିଜତ୍ବ
ଅନ୍ତରେ ଆଧୁନିକ ସଭ୍ୟତା ଲୋଭ,
ବଡ଼ପଣ ପଦ ପଦବୀ'ର ଲାଗି
ହୃଦୟେ ଜନ୍ମିତ କ୍ଷୋଭ ।
ସେହି ଆକାଂକ୍ଷାରେ ସନ୍ତାନ ସନ୍ତତି
ଉଚ୍ଚଶିକ୍ଷା ଲାଭ କରି,
ବିଜ୍ଞାନ ଜ୍ଞାନରେ ସଜ୍ଞା ହରାଇଣ
ପ୍ରଜ୍ଞାବାଦୀ ଓ ବେକାରୀ ।
(ପର ଜ୍ଞାନରେ ବାଦକାରୀ)
ମନର ଉନ୍ମାଦ ଯୌବନର ଜ୍ବାଳା
ଆଧୁନିକ ସଭ୍ୟତାରେ,
ବିଦୃପ ଭଙ୍ଗୀମା ବିକୃତ ଭୂଷଣ
ଅର୍ଦ୍ଧନଗ୍ନ ପୋଷାକରେ ।
ଯୁବକ ଯୁବତୀ ଏକାନ୍ତ ମିଳନେ
କାମନା ମନର ତୀରେ,
ନିଆଁ ନିକଟରେ ଘିଅର କଳସ
ତରଳି ରହି ନ'ପାରେ ।
ସଭ୍ୟତା ହୀନରେ ସଂସ୍କୃତି ଲୀନରେ
ସଂସ୍କାର ଭାବନା ନାହିଁ,
ଅହଂକାର ବଶ ମାଦକତା ଦୋଷ
ରସେ ମତୁଆଲା ହୋଇ ।
କଷି ଜଉବନ ମନ ଛନ୍ନ ଛନ୍ନ
ବାଲ୍ୟକାଳୁ ବନ୍ଧୁ ଭାବ,
ରୂପ ରଙ୍ଗେ ରସ ସ୍ବଭାବ ଅତିଶ
ଉତ୍ତଙ୍ଗ ସଙ୍ଗ ପ୍ରଭାବ ।
ହାସ୍ୟ ମତେ ରସ କଥା ନ"ବିଚାରି
ଆଚରଣ ବ୍ୟବହାର,
ମମତାର ମୂଲ ସ୍ନେହର ବନ୍ଧନ
ସବୁ ହୁଏ ଅବିଚାର ।
ଆଧୁନିକ ଭୋଗୀ ଆଧୁନିକେ ଭାଗୀ
ଆଧୁନିକ ସଭ୍ୟତାର,
ଆଧୁନିକ ଶିକ୍ଷା ଆଧୁନିକ ଖାଦ୍ୟ
ଆଧୁନିକ ବ୍ୟବହାର ।
ଗଲାଣି ତ ଗଲା କଥାରେ ସଙ୍ଗାତ
ପୂରୁବ କାଳର ଚିନ୍ତା,
ଆଧୁନିକ ଆଧୁନିକର ଭିତରେ
ଅନ୍ଧ ହୋଇ ଘୁରେ ମଥା ।
ଆଗୁଳ ଉଠିଲା ଜଗୁଆଳି ଥାଉ
ଫୁଙ୍ଗୁଳା ସାଜିଛି ଜାତି,
ଯମ ଗିଳିବା''ଟା ଭୟ ନାହିଁ ଜନେ
ସମାଜେ ସଂସ୍କାର ପ୍ରୀତି ।
ଦୋଷ ଆଉ କିଆଁ ସଭ୍ୟତାକୁ ଦେବା
ଭବ୍ଯ ହରାଏ ମଣିଷ,
ଲେଖୁ ଲେଖୁ ଯଦି ଭୂଲ କିଛି ଥିବ
ବିଷ୍ଣୁକୁ ଦୋଷ ନ ଦେବ ।