ଖିଏ ହସ
ଖିଏ ହସ
ତୁମ ଓଠର ଖିଏ ହସ
ସଜାଏ ଦିନକୁ ମାେର
ପ୍ରେମ ସୁରେ ସୁରେ ତୁମ
ମାେର ସରିଯାଏ ଦିବସ
ବୁଝି ବି ହୁଏନା ବୁଝି
ଏ କେମିତିକା ଶାେଷ
ଅତର୍କିତ ଆସିଯାଏ
ରଜନୀର ବାସ
ଫେରିବି ଯାଇହୁଏନା
ଆଲିଙ୍ଗନରୁ ତୁମରି
ବର୍ଷା ପୁଣି ଓଦା କରେ
ତନୁ ବଲ୍ଲରୀକୁ ମାେରି
ଶୀତୁଆ ପବନଟା
ଟାଣି ଆଣେ ପ୍ରେମ ତୁମରି
ଭିଜୁଥାଉ ପ୍ରେମରେ ପ୍ରେମରେ
ନ ମରେ ମନର ଶାେଷ
ତୁମ ଓଠେ ଦେଖେ ପୁଣି
ଧାରେ ଖିଏ ହସ ।

