STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଖିଏ ହସ

ଖିଏ ହସ

1 min
382


ଓଠୁ ଝରିପଡେ  ତାରାଫୁଲ କେତେ  ହସିଦେଲେ ତୁମେ ପ୍ରିୟା

ସେ ଶତ କଦମ୍ବ  ପ୍ରସୂନ ବିଭଵ  ଚହଲି ଉଠଇ ହିୟା

କୁମୁଦିନୀ ବନ୍ଧୁ  ଲପନା ସୁହାସୀ

ତୋର  “ଖିଏ ହସ”ରେ ସତେ କି ମାୟା,

ଓଠୁ ଝରିପଡେ କେତେ ତାରାଫୁଲ ହସିଦେଲେ ତୁମେ ପ୍ରିୟା ।।


ତୁମେ ହସିଦେଲେ  ଗୋଧୂଳି ଗଗନେ  ଯବନିକା ପାତକରି

ଉଏଁ ନୀଳ ବ୍ୟୋମ  ମଣ୍ଡଳରେ ଜହ୍ନ  ଅନ୍ଧାର ମୋଚନ କରି

ସେବେଳେ ତୋ ହସେ  କୁମୁଦିନୀ ଫୁଟେ

ସେଇ “ଖିଏ ହସ”ରେ ଅନେକ ମାୟା,

ଓଠୁଝରିପଡେ କେତେ ତାରାଫୁଲ ହସିଦେଲେ ତୁମେ ପ୍ରିୟା ।।


ତୁମରି ହସରେ ରସେ ରାତି ସରେ  କୁଆଁ ତାରା ଉଙ୍କିମାରେ

ପୂରୁବ ଆକାଶେ  ଦିନକର ହସେ  ସୁନା ରେଣୁ କିରଣରେ

ତୋ ହସେ ପଦ୍ମିନୀ  ସର 'ରସେ ହସେ'  (ଜଳରେ)

ତୁମ ,ପଦ୍ମ-ରାଗ ହସରେ କି ମାୟା,

ଓଠୁ ଝରିପଡେ କେତେ ତାରାଫୁଲ ହସିଦେଲେ ତୁମେ ପ୍ରିୟା ।।


ସେବେଳେ ପ୍ରକୃତି  ‌ଫୁଲ ନାନାଜାତି  ହସେ ସତେ ମୋନାଲିସା

ତୁମସେଇ “ଖିଏ  ହସ”ର ପସରା ହସେ କି ମୋ ମାଆ 'ରସା'(ପୃଥିବୀ)

ବିଭୁଦତ୍ତ ଏଇ  ହସ ବିଧୁମୁଖୀ

ସେଇ, ହସ ପୀୟୂଷେ ଅନନ୍ତ ମାୟା,

ଓଠୁ ଝରିପଡେ କେତେ ତାରାଫୁଲ ହସିଦେଲେ ତୁମେ ପ୍ରିୟା ।।


ଶିଶୁ ଓଠେ ଖିଏ  ଦରୋଟି ହସ ଲୋ  ମା’ର ବାତ୍ସଲ୍ୟ ପ୍ରେମ

ସତେକି ଅମୀୟ  ମଧୁର ହସ ଗୋ  ରମଣୀୟ ଅନୁପମ

ନନ୍ଦନ ବନରେ  ଫୁଟେ ପାରିଜାତ 

ସେଇ, ଶୁଭ୍ର ହସରେ ଅମାପ ମାୟା, 

ଓଠୁ ଝରିପଡେ କେତେ ତାରାଫୁଲ ହସିଦେଲେ ତୁମେ ପ୍ରିୟା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance