STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

କହିବି ତୁମକୁ କଥାଟି

କହିବି ତୁମକୁ କଥାଟି

1 min
214


କହିବି କଥାଟି ବାବୁରେ

    ଶୁଣିବୁ ଦେଇ ମନ

ମାନିଲେ ମୋକଥା ଧନରେ

  ହେବୁ ଜଗତେ ଧନ୍ୟ।


ନିତି ପ୍ରାତଃ ସ୍ନାନ କରି ଯେ

  ସୁରୁଜେ ଜଳ ଦେଇ

ଗୁରୁ ଗୁରୁଜନ ପାଦରେ

   ସଦା ନମିବୁ ଯାଇ।


ମାଆ ଯାହା ଦେବେ ହରଷେ

   ତାହା କରି ଭୋଜନ

ବହି ଖାତା ଧରି ପଢ଼ିବୁ

   ପାଠରେ ରଖି ମନ।


କୋମଳ ବଚନ କହିବୁ

  ସଦା ସତ ଭାଷିବୁ

କାହା ମନେ କେବେ ଧନରେ

   କେବେ ଦୁଃଖ ନଦେବୁ।


ସାଙ୍ଗ ସାଥି ମେଳେ ଖେଳିବୁ

  କଳି କରିବୁ ନାହିଁ

ପର ନିନ୍ଦା କେବେ ବାବୁରେ

  ତିଳେ ନକରି ତୁହି।


ଅଳସୁଆ କେବେ ନହେବୁ

  ସତ୍ୟ ପଥରେ ଥିବୁ

ଅନ୍ୟାୟ ଦେଖିଲେ ଧନରେ

  ତାର ପକ୍ଷ ନନେବୁ।


ମନେ ଯେବେ ଦୁଃଖ ଆସିବ

 ହରି ନାମ ଭଜିବୁ

ସେ ଅଭୟ ଦାତା ଜଗତ କରତା

  ପାଦରେ ଶରଣ ନେବୁ।


ସେ ପାଦକୁ ଭଜି ଧ୍ରୁବ ପ୍ରହଲ୍ଲାଦ

  ରଖିଯାଇଛନ୍ତି ନାମ 

ମନ ବଚନରେ ଅବା ସପନରେ

  ସେ ପାଦେ ରଖିବୁ ଧ୍ୟାନ।


ମୋର ଏହି ସବୁବଚନ ମାନିଲେ

  ହୋଇବୁ ଜଗତ ଜିତା

ସତ୍ୟ ନ୍ୟାୟ ଧର୍ମ ପଥରେ ଚଳିଲେ

 ନଥିବ କିଛି ଦୁଶ୍ଚିନ୍ତା।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational