STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

କହିବି କାହାକୁ ଶୁଣିବ କିଏ

କହିବି କାହାକୁ ଶୁଣିବ କିଏ

1 min
235


ଏମିତି କିଛି କଥା ଅଛି

 କହିବି କାହାକୁ ଶୁଣିବ କିଏ

ସଭିଏଁ ଶଢନ୍ତି ନିଜର ଦୁଃଖରେ

  ସବୁଠୁ ବିଚିତ୍ର ସଂସାର ଇଏ।


ଅନ୍ୟର ଭୁଲ୍ କୁ ବାଛନ୍ତି ଅନେକ

  ନିଜ ଦୋଷ ତ୍ରୁଟି ଦେଖନ୍ତି ନାହିଁ

ସଜ ମାଚ୍ଛେ ପୋକ ପକାଇ ଦିଅନ୍ତି

   ଦେଖାଇ ଥାଆନ୍ତି ନିଜ ବଡ଼ାଇ।


କୁଆ ଉଡିଗଲେ ଛୁଆ ଉଡିଗଲା

  କହିଥାନ୍ତି ଘର ବାହାରେ ବୁଲି

ଆଜି କହିଥିବା ନିଜର କଥାକୁ

  କାଲିକି ସେ ଯାଇ ଥାଆନ୍ତି ଭୁଲି।


ନିଜର ବୋଲି ମୁଁ ଭାବୁଛି ଯାହାକୁ

  କୋଳରେ ପଶି ସେ କାଟୁଛି ତଣ୍ଟି

କହିବି କାହାକୁ ଶୁଣିବ ବା କିଏ

  ନିଜର କିଏ ମୋ ଭାବୁଛି ବସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational