କହିବି କାହାକୁ ପୀତବାସ
କହିବି କାହାକୁ ପୀତବାସ
ତୋର ଅଣସର ଚଉଦ ଦିନକୁ
ମୋ ଅଣସର ହେଲା ବରଷ
ତୋର ଦୁଖ ଠାରୁ ମୋର ତ ଅଧିକ
କହିବି କାହାକୁ ପୀତବାସ ॥୦॥
ଦେଖି ପାରୁ ନାହିଁ ନିଜ ବନ୍ଧୁ ମୁହିଁ
ନିଜ ଘରେ ମୁହିଁ ନିଜେ ବନ୍ଧା
ଭକତର ବିନା କେମିତି ଅଛ ହୋ
ଖାଇ ମହାଲକ୍ଷ୍ମୀ ହାତ ରନ୍ଧା
ଅରୁଚି ଲାଗୁଛି ଅବା ରୁଚିକର
କରିବ କି ପ୍ରଭୁ ପରକାଶ ॥୧॥
ପାଉଛ କି ମଜା ଦେଇ ଏତେ ସଜା
କିରିଥିଲି ପ୍ରଭୁ କେଉଁ ଦୋଷ
କେତେ ଦିନ ଆଉ କାଟିବି ଏମିତି
କେବେ ଭାଙ୍ଗିବ ତୁମର ରୋଷ
ଚର୍ମ ଚକ୍ଷୁ ଫେଇ ଦେଖିବି ତୁମକୁ
ଅପେକ୍ଷା ମୋର ହେଇବ ଶେଷ ॥୨॥