STORYMIRROR

Anirudha Kund

Classics

3  

Anirudha Kund

Classics

କହିବି କାହାକୁ ପୀତବାସ

କହିବି କାହାକୁ ପୀତବାସ

1 min
258


ତୋର ଅଣସର ଚଉଦ ଦିନକୁ

  ମୋ ଅଣସର ହେଲା ବରଷ

ତୋର ଦୁଖ ଠାରୁ ମୋର ତ ଅଧିକ

  କହିବି କାହାକୁ ପୀତବାସ ॥୦॥


ଦେଖି ପାରୁ ନାହିଁ ନିଜ ବନ୍ଧୁ ମୁହିଁ

   ନିଜ ଘରେ ମୁହିଁ ନିଜେ ବନ୍ଧା

ଭକତର ବିନା କେମିତି ଅଛ ହୋ

   ଖାଇ ମହାଲକ୍ଷ୍ମୀ ହାତ ରନ୍ଧା

ଅରୁଚି ଲାଗୁଛି ଅବା ରୁଚିକର

  କରିବ କି ପ୍ରଭୁ ପରକାଶ ॥୧॥


ପାଉଛ କି ମଜା ଦେଇ ଏତେ ସଜା

   କିରିଥିଲି ପ୍ରଭୁ କେଉଁ ଦୋଷ

କେତେ ଦିନ ଆଉ କାଟିବି ଏମିତି

  କେବେ ଭାଙ୍ଗିବ ତୁମର ରୋଷ

ଚର୍ମ ଚକ୍ଷୁ ଫେଇ ଦେଖିବି ତୁମକୁ

  ଅପେକ୍ଷା ମୋର ହେଇବ ଶେଷ ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics