STORYMIRROR

Puspanjali Panda

Classics

3  

Puspanjali Panda

Classics

କହିବାରଥିଲା ଯାହା-୪

କହିବାରଥିଲା ଯାହା-୪

1 min
251

ମନତଳେ ଚାପିଥିବା

କଥାପଦେ

କହି ପାରିଲିନି ବୋଲି

ତୁମସହ ସାଲିସ ର ସଂସାର ବାନ୍ଧିଲି।

ସାତତାଳ ପାଣି ତଳେ

ପଦ୍ମ ପୋଖରୀରେ

ବୁଡ଼ିବାର ଅନୁଭବ

କଥା ଯାହା ଗୋପନରେ ଅଛି

ଏମିତି ଥାଉ

ସଂସାର କହିଲେ ମୁଁ ତ ଏୟା ହି ବୁଝିଛି।


ସାଲିସ୍ ର ସଞା ସହ 

ଛକାପଞ୍ଝା ସତମିଛ ଖେଳର 

ଗୋଟିକୁ ଗଣିବା,

ପାହାନ୍ତି ପହରେ ସ୍ୱପ୍ନ 

 ଆଖି କୁ ଘେରିବା

ସତ ମାନି ଆଗେଇ ଚାଲିବା।

କହି ପାରିନାହିଁ ସେହି ସତର କାହାଣୀ

ଏଯାଏ ବି ଛାତି ତଳେ ବ୍ୟଥା ଭରେ

ଭାରି ଅସହଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics