କହିବାର ଯାହାଥିଲା-୧୦
କହିବାର ଯାହାଥିଲା-୧୦
ଆମ ହଷ୍ଟେଲ ନାଲି ମାଉସୀ
ଗରମ ଭାତ ଦିଏ ପରଷି
କହି ପାରେନି କିଛି
ବୋଉ ହାତର ସୁଆଦ ଖୋଜେ
ମନକୁ ମାରି କେତେ ଯେ କାନ୍ଦେ
ସମୟ ସାରିଅଛି
ଏବେ ଭାବୁଛି ବସି।
କହିଥାନ୍ତି ଥରୁ ଟେ ହେଲେ
ନାଲି ମାଉସୀ
ମଥାକୁ ଥରେ ମୋ ଦେ ଆଉଁସି
ବୋଉ ପାଖରେ ନାହିଁ
ବୋଉ ଭଉଣି ମାଉସୀ ହୁଏ
ମା ପରିକା ସେନେହ ଦିଏ
ତୁମେ ଏତେ ନିର୍ଦ୍ଦୟ କାଇଁ।
ଆଳୁ ବାହାରେ ଆଳୁ ଭିତରେ
ଫାଣିଆଡାଲି ପେଜ ଭାତରେ
କେମିତିମୁଁ ଖାଇଛି
ବୋଉ ମନେ ପଡିଛି
ସ୍ନେହ ରେ ଯେବେ ଖୁଆଇଦିଏ
ନଥାଉ ଲୁଣ ଛ ତୁଉଣ
ସବୁ ପେଟକୁ ଯାଏ ।
ମା ଲୋ ତତେ ସାରା ଜୀବନ
ନ ଝୁରିବାକୁ ଦେଇଛୁ ରାଣ
ଚାଲି ଗଲୁ ଯେ କାହିଁ
ତତେ କହିତ ପାରିନାହିଁ
ତତେ କେତେ ଝୁରୁଛି ମୁହିଁ।