STORYMIRROR

Puspanjali Panda

Classics

3  

Puspanjali Panda

Classics

କହିବାର ଯାହାଥିଲା-୧୦

କହିବାର ଯାହାଥିଲା-୧୦

1 min
229

ଆମ ହଷ୍ଟେଲ ନାଲି ମାଉସୀ

ଗରମ ଭାତ ଦିଏ ପରଷି

କହି ପାରେନି କିଛି

ବୋଉ ହାତର ସୁଆଦ ଖୋଜେ

ମନକୁ ମାରି କେତେ ଯେ କାନ୍ଦେ

ସମୟ ସାରିଅଛି

ଏବେ ଭାବୁଛି ବସି।


କହିଥାନ୍ତି ଥରୁ ଟେ ହେଲେ

ନାଲି ମାଉସୀ 

ମଥାକୁ ଥରେ ମୋ ଦେ ଆଉଁସି

ବୋଉ ପାଖରେ ନାହିଁ

ବୋଉ ଭଉଣି ମାଉସୀ ହୁଏ

ମା ପରିକା ସେନେହ ଦିଏ

ତୁମେ ଏତେ ନିର୍ଦ୍ଦୟ କାଇଁ।


ଆଳୁ ବାହାରେ ଆଳୁ ଭିତରେ

ଫାଣିଆଡାଲି ପେଜ ଭାତରେ

କେମିତିମୁଁ ଖାଇଛି

ବୋଉ ମନେ ପଡିଛି

ସ୍ନେହ ରେ ଯେବେ ଖୁଆଇଦିଏ

ନଥାଉ ଲୁଣ ଛ ତୁଉଣ

ସବୁ ପେଟକୁ ଯାଏ ।


ମା ଲୋ ତତେ ସାରା ଜୀବନ 

ନ ଝୁରିବାକୁ ଦେଇଛୁ ରାଣ

ଚାଲି ଗଲୁ ଯେ କାହିଁ

ତତେ କହିତ ପାରିନାହିଁ

ତତେ କେତେ ଝୁରୁଛି ମୁହିଁ।


Rate this content
Log in

Similar oriya poem from Classics