STORYMIRROR

Purnima Prusty

Tragedy Classics Others

4  

Purnima Prusty

Tragedy Classics Others

କହିବାର ଥିଲା ଅନେକ କିଛି

କହିବାର ଥିଲା ଅନେକ କିଛି

1 min
99

କହିବାର ଥିଲା ଅନେକ କିଛି

ଶବ୍ଦ ସବୁ କାଇଁ ରୁଷି ବସିଛି

ଲେଖିବାର ଥିଲା ଅନେକ କିଛି

କଲମ ମୋ କାଇଁ ମାନ କରିଛି


ଚାଲିବାର ଥିଲା ଅନେକ ପଥ

ଚଲା ପଥ ଯେ କଣ୍ଟାରେ ଭରିଛି

ଯନ୍ତ୍ରଣା ଭରା ଏ ନିରୀହ ହୃଦୟ

ପ୍ରତି ମୁହୂର୍ତରେ ରକତେ ଭିଜୁଛି


ଗଢିବାର ଥିଲା ସ୍ୱର୍ଗର ମହଲ

ବିଶ୍ୱାସ ଭରଷା ହଜି ଯାଇଛି

ବିରହ ଜୁଆର ଭାଙ୍ଗେ ବାଲିଘର

ହୃଦୟ କୁ ଏଠି କିଏ ବୁଝୁଛି


ସ୍ୱପ୍ନ ସବୁ ଯାହା ବୃଥା ମରୀଚିକା

ବାସ୍ତବତା ପୁଣି କାଳ ସାଜିଛି

ସପନ ସାଗରେ  ଜୀବନ ନଉକା

ମଝି ଦରିଆରେ ବୁଡି ଯାଉଛି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy