କହିବା ଆଗରୁ ଭାବ ଥରେ ହୃଦୟରୁ
କହିବା ଆଗରୁ ଭାବ ଥରେ ହୃଦୟରୁ
ହେ ବନ୍ଧୁ ! ପ୍ରିୟ ଆତ୍ମନ୍...
ସଂସାରରେ ଘନିଷ୍ଠ ସଂପର୍କ ବାନ୍ଧି
ବନ୍ଧୁ ପାଇଁ ହୋଇ ଅନ୍ତରଙ୍ଗ ବନ୍ଧୁ ତୁମେ
ହୋଇଥାଅ ଯେବେ ଶୁଭାକାଂକ୍ଷୀ ହିତକାରୀ
ସୁଖ ଦୁଃଖର ସାଥି ନିଜ ଆପଣାର
ଅନ୍ତତଃ କିଛି କହିବା ଆଗରୁ
ବିଚାର କରି ଭାବ ଥରେ ହୃଦୟରୁ
ତୁମେ କହୁଛ ଯା' ସେ ସବୁ ଠିକ୍ ତ
ତୁମ କହିବାର ଉଦ୍ଦେଶ୍ୟ ମହତ୍ତ୍ୱପୂର୍ଣ୍ଣ କି
ଦେବନି ତ ସେ କଥା ବନ୍ଧୁକୁ ଆଘାତ
ବନ୍ଧୁତ୍ବର ସୀମା ତୁମେ ଯାଉନ ତ ଡେଇଁ
ପ୍ରକୃତରେ ଭଲ ପାଉଥିବ ଯଦି
ମନ ପ୍ରାଣରେ ଗଭୀର ଭାବେ ନିର୍ବିକାର
ତୁମକୁ ଯା' ଭଲ ଲାଗୁନି କି ଲାଗିବନି
ସେମିତି କଥା ନ କୁହ କେବେ
ମଧୁର ବିନୟ ବଚନ ମନକୁ ଛୁଏଁ
ତା' ବ୍ୟତିରେକ ସବୁ ଯେ କଷ୍ଟଦାୟକ
କଥାର ବ୍ୟଥା ହୁଏ ହୃଦୟ ବିଦାରକ
ଅନ୍ୟର ହଜାରେ କଥା ସହି ହୁଏ ହସି ହସି
ବନ୍ଧୁର ପଦିଏ କଟୁ କଥା ହୁଏନା ସହି
ବନ୍ଧୁ ବନ୍ଧୁ ଯେ ଏକ ଆତ୍ମାର କାୟା ଓ ଛାୟା
ନିଜ କାୟାକୁ ନିଜେ କି ଦେଇଥାଏ ଯନ୍ତ୍ରଣା
ହେ ବନ୍ଧୁ ! ପ୍ରିୟ ଆତ୍ମନ୍...
ପଦିଏ କଥା ନ ବିଚାରି କୁହ ଯେବେ
ହୋଇ ପାରେ ସେ ଏକ ତୀକ୍ଷ୍ଣ ଶର
ଛୁଟିଗଲେ ତୁମଠାରୁ ବେଗେ
ତା' ଆଘାତ ଦେଇ କରିପାରେ ମର୍ମାହତ
କ୍ଷତାକ୍ତ କରିପାରେ ବନ୍ଧୁର ହୃଦୟକୁ
ସଂପର୍କ ତୁଟି ସୃଷ୍ଟି ହୋଇପାରେ ବିବାଦ
ଭାବ ବିନିମୟ ହେବ ଅପ୍ରୀତିକର
ରହିବ ନାହିଁ ଆଉ ବନ୍ଧୁତ୍ବର ପରାକାଷ୍ଠା
ହୋଇ ପାରେ କେବେ ବି କିଛି
ଭୁଲ୍ ବୁଝାମଣା ବନ୍ଧୁ ବନ୍ଧୁ ଭିତରେ
ତାକୁ ସମାଧାନ କରାଯାଇ ପାରେ
ନମ୍ରତାରେ ସାଧୁତାରେ ସହିଷ୍ଣୁତାର କରି
ଉଗ୍ର ନିଷ୍ଠୁର ଆଘାତଜନକ କଥା
କ'ଣ ରଖି ପାରେ ବନ୍ଧୁତ୍ବର ମାନ ସମ୍ମାନ
ଯଦି ତୁମର କଥା କଟୁ ଆକ୍ଷେପ ମୂଳକ
କୁହନା ବନ୍ଧୁକୁ ନିଜ ମହନୀୟ ଗୁଣରେ
ସେ ବନ୍ଧୁ ବୁଝିଯିବ ନିଶ୍ଚିତ ପର ମୁହୂର୍ତ୍ତରେ
କାହିଁକି ନା... ଏକ ମନ ଏକ ଆତ୍ମା
ପବିତ୍ର ବନ୍ଧନେ ନିବିଡ଼ ଥାଏ ଦୁହିଁଙ୍କର
ସୁତରାଂ ବନ୍ଧୁ କହିବା ଆଗରୁ
ବିଚାର କରି ଭାବ ଥରେ ହୃଦୟରୁ ।
