କହଇ ମନଆରେ ମୋ ବୋଲକର-୧
କହଇ ମନଆରେ ମୋ ବୋଲକର-୧
କହଇ ମନଆରେ ମୋବୋଲ କର ,
କୃଷ୍ଣ ଶ୍ରୀରାମ ନାମ ତୁଣ୍ଡରେ ଧର ।
କେତେ ଦିନକୁ ଆଉ ଆଶା ରଖିବୁ,
କେବେ ଆସିବ ଦିନ କୃଷ୍ଣ ଭଜିବୁ ।।୧।।
ଖାଇ ଭୂଞ୍ଜିଣମତ୍ତ ହେଉରେ ମନ,
ଖଟ_ପଳଙ୍କେ ଶୋଉ ପାଶୋରି ନାମ ।
ଖଳ ଦୁର୍ବୁଦ୍ଧିପାଞ୍ଚି ନେଉଛୁ ଦିନ,
କ୍ଷଣେ ନଧରୁ ତୁଣ୍ଡେ ଶ୍ରୀହରିନାମ । । ୨ । ।
ଗାରିମା ପଣକୁ ତୁ ବହୁ କେସନ,
ଗଲେଣି ତୋ ସଙ୍ଗରେ ଅନେକ ଜନ ।
ଗୁରୁ ଗୋବିନ୍ଦଙ୍କୁ ତୁ ଚିହ୍ନିଲୁ ନାହିଁ,
ଗର୍ବରେ ପଡିଗଲୁ ବେପଥି ହୋଇ ।।୩।।
ଘର କରିଛୁ ସୁଖେ କାମିନୀ ନେଇ,
ଘଟ ଛୁଟିଲେ ସଙ୍ଗେ ଯିବକି ସେହି ।
ଘଟ ଛୁଟନ୍ତେ ନେବେ ମଶାଣୀ ଭୁଇଁ,
ଘରେ ଗୋବର ପାଣି ଛିଞ୍ଚିବେ ନେଇଁ ।।୪।।
ଅନାଥ ନାଥ ସେହି ଦୀନ ବାନ୍ଧବ,
ଅଗତି ଗତି ଗୋପୀ ପ୍ରାଣବଲ୍ଲଭ ।
ଅଚ୍ଯୁତ ପାଦପଦ୍ମେ ଦିଅତୁ ମନ,
ଅନାଥ ନାଥ ଜଗତର ଜୀବନ । । ୫ । ।
ଚଞ୍ଚଳ ଚିତ୍ତ ତୋର ଭୋଗ ବିଳାସେ,
ଚକ୍ଷୁ ଯୁଗଳକୁ ତୁ ଟାଣୁ ସେ ରସେ ।
ଚକ୍ରଧର ଶ୍ରୀହରି ସେ ପ୍ରେମମୟ,
ଚିତ୍ତ ତୁ ଦିଅ ବାରେ ସେ ଦୟାମୟ । । ୬।।
ଛନ୍ଦି ହୋଇ ରହିଛୁ ସ୍ତ୍ରୀ ପୁତ୍ର ମୋହେ,
ଛଳ କରିଣ ତୋତେ କରନ୍ତି ସ୍ନେହେ ।
ଛକା ପଞ୍ଝା ଖେଳ ସେ ଖେଳାଉ ଥିବେ ,
ଛକିଣ କେତେବେଳେ ତୋ ପ୍ରାଣ ନେବେ । । ୭ ।।
କ୍ରମଶଃ . . .
