STORYMIRROR

Purnima Prusty

Romance

4  

Purnima Prusty

Romance

କହି ଦିଅ ଥରେ ହୃଦୟ ଖୋଲି

କହି ଦିଅ ଥରେ ହୃଦୟ ଖୋଲି

1 min
356

କେତେ ତୁମେ ରୋକିବ ନିଜକୁ

କହିଦିଅ ଥରେ ହୃଦୟ ଖୋଲି

ଶୁଣିବାକୁ ଚାହେଁ ତୁମରି ମୁଁହରୁ

ତୁମେ ମତେ ଭଲପାଉଛ ବୋଲି ।

ରହି ମୁଁ ପାରୁନି ତୁମ ବିନା ଆଉ

କହିଦିଅ ତୁମେ ମୋର ଖାଲି

ହସି ହସି ଦୁଃଖ ସହିଯିବି ସବୁ

ଦୁନିଆକୁ ବି ଯିବି ମୁଁ ଭୁଲି ।

ନୀରବେ ମନକୁ ଅନୁମତି ଦେଲି

ତୁମକୁ ଭଲ ପାଇବ ବୋଲି

ଖୋଜିବ ନାହିଁ ମନକୁ ତୁମର

ତୁମ ମନକୁ ମୁଁ ଚୋରେଇ ନେଲି ।

କହୁଛି ଆଜି ମୁଁ ହୃଦୟରୁ ମୋର

ତୁମକୁ ହିଁ ଭଲ ପାଉଛି ବୋଲି

ତୁମ ପାଖେ ମୋର ଏତିକି ପ୍ରାର୍ଥନା

ବଞ୍ଚିଥିବା ଯାଏ ମତେ ଯିବନି ଭୁଲି ।


Rate this content
Log in

Similar oriya poem from Romance