STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Romance

2  

ନାୟକ ଅକ୍ଷୟ ରାଜହସ୍ତୀ

Romance

କହି ଦେଲେ କଥା ସରେ

କହି ଦେଲେ କଥା ସରେ

1 min
164

ମୁଁ କେବେ କଣ ତମ ପାଖରେ କିଛି ଅଳି କରିଚି

ଏଇଟା ଦିଅ..

ସେଇଟା ଦିଅ..

ତମ ର ସାନ୍ନିଧ୍ୟ ଟିକିଏ

ମୋ ପାଇଁ ସମ୍ଭାବନା କୋଟିଏ..

ତମର ଟିକିଏ ସ୍ପର୍ଶ ବୁଲାଇ ନେବ ପୁରା ବିଶ୍ଵ..

ଏଇ ଆଶା ର ମଞ୍ଜି ବୁଣି ଚାଲିଛି ଆଜିଯାଏଁ

ଭାବନା ର ବିଲ ରେ...

ହଁ ହଁ.. ମଝିରେ ମଝିରେ ଦି ଘଡି ଅନାଏ ବି..

ବେଶୀ ଭଲଲାଗେ ପୁନେଇଁ ରାତି..

ଖୋଜି ବୁଲେ ସମ୍ପର୍କ ର ସରୁ ଖିଅ ଟିକୁ..

ତମ ର ସରୁ ଚାହାଁଣି ମୋ ପାଇଁ ମରୁ କାହାଣୀ ହେଇଗଲା ପରେ ମୁଁ ଆଉ ମୋର ହେଇ ନାହିଁ..

କେବଳ ତୁମର ହେଇଯାଉଛି..

ଆଉ ଯେତେବେଳେ ତମେ ବାହୁ ରେ ତୋଳି ନେବ ନା..

ଆଃ.. ଇସ୍....

ନା ଥାଉ.. ଏମିତି ଅନେକ..

ଦେଖା ହେଲେ କହିବି ସେ କଥା

କହି ଦେଲେ କଥା ସରେ

ରାତି ଅନେକ୍ ହେଲାଣି

ରହୁଚି ପ୍ରତୀକ୍ଷା ରେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance