STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ଖେଳ

ଖେଳ

1 min
418


ଖେଳପ୍ରତି କେତେ ଉତ୍ସାହବାଳକେ

ବାଳିକା ମଧ୍ୟ ଉତ୍ସାହ,

ଶରୀର ନିର୍ମାଣେ ଖେଳ ଦରକାର

ସ୍ବାସ୍ଥ୍ୟହିଁ ହୁଏଟି ଦେହ।


ଖେଳ ହେଉଅଛି ଯୋଗର ଅଭ୍ୟାସ

ଡାକ୍ତରଙ୍କ ପରାମର୍ଶ,

ଖେଳ ପଡିଆରେ ଖେଳୁ ଥାନ୍ତି ଯହିଁ

ଦିଏଟି ସ୍ୱାସ୍ଥ୍ୟ ସନ୍ଦେଶ


ଶରୀର ଗଠନ ହୁଏ ଶକ୍ତି ଶାଳୀ

ସ୍ବାସ୍ଥ୍ୟ ରୁହେ ଶରୀର 

ତହିଁ ପ୍ରେମ ଶ୍ରଦ୍ଧା ହୁଏ ଆବିର୍ଭାବ

ଅଙ୍କୁର ରାଷ୍ଟ୍ର ଭକ୍ତିର।


ମନ୍ତ୍ର ଏକତ୍ରିତ ଶିକ୍ଷା ଦିଏ ଖେଳ

ରାଷ୍ଟ୍ରର ନିର୍ମାଣ ପାଇଁ,

ରାଷ୍ଟ୍ରର ଗୌରବ ଅଙ୍କୁରିତ ହୁଏ

ବୈଭବ ରାଷ୍ଟ୍ରର ପାଇଁ।


ପ୍ରେମ ପ୍ରୀତି ଶ୍ରଦ୍ଧା ଅର୍ପିତ କରନ୍ତି

କର୍ମପଥେ ରହି ପରା,

ବୁଣି ଦେଉଥାନ୍ତି ରାଷ୍ଟ୍ରର ସଂସ୍କାର

ଖେଳର ମାଧ୍ୟମେ ପରା।


ଅତି ମୂଲ୍ୟବାନ ଖେଳଅଟେଭାଇ

ଚରିତ୍ର ନିର୍ମାଣ ହୁଏ,

ରାଷ୍ଟ୍ରଭକ୍ତି ଆଉ ରାଷ୍ଟ୍ରପ୍ରେମ ଶ୍ରଦ୍ଧା

ଖେଳରୁ ନିର୍ମାଣ ହୁଏ।


ଅବାଶିକ୍ଷାକ୍ଷେତ୍ର ହେଉ କର୍ମକ୍ଷେତ୍ର

ଖେଳର ମହତ୍ତ୍ଵ ଅଛି,

ଭାଇ ବାଲ୍ୟକାଳୁ ଖେଳରଟି ଶିକ୍ଷା

ସ୍କୁଲଆମ ଦେଉଅଛି।


ମସ୍ତିଷ୍କ ବିକାଶ ହୁଏ ଖେଳ ଦ୍ବାରା

ମାନସିକ ବିକାଶ ତହିଁ,

ଉଜ୍ଜ୍ୱଳ ଭବିଷ୍ୟ ହୁଏ ଆବିର୍ଭାବ

ଖେଳ ଦ୍ବାରା ଭାଇ ଯହିଁ।


କବାଡି ଓ କୁସ୍ତି ପରାଚେସ୍ ଖୋଖୋ 

ପରମ୍ପରା ଖେଳ ଯହିଁ,

ବିଦେଶ ସମ୍ପର୍କେ ରାଷ୍ଟ୍ରରେ ଉଦୟ

ଖେଲ ହିଁ ଅନ୍ୟାନ୍ୟ ତହିଁ।


କ୍ରିକେଟ୍  ଟେନିସ୍   ଭଡମିଣ୍ଟନ୍ର

ହକି ଖେଳ ପରା ଯହିଁ,   

ଏହୁ ସବୁ ଖେଳେ ରାଷ୍ଟ୍ର ହିଁ ନିପୁଣ

ମିଳୁଛି ଗୌରବ ତହିଁ।


ଯୁବା ଓ ଯୁବତୀ ଦିଅନ୍ତି ଗୌରବ

ଖେଳ କ୍ଷେତ୍ରେ ଆଜି ବହୁ,

ଅନ୍ୟଖେଳେ ମଧ୍ୟ ଆଗୁଆଖେଲାଡି

ରାଷ୍ଟ୍ରର ଗୌରବ ଏହୁ।


ଦିଏ ସରକାର ମାନ୍ୟତା ଖେଳର

ଖେଳରେ ସମ୍ମାନ ବହୁ,

କୃଷ୍ଣ ରାମ ଭୂମି ଦାରୁବ୍ରହ୍ମ ଭୂମି

ସମ୍ମାନ ରାଷ୍ଟ୍ରର ବହୁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract