କହେ ମୋ ଲେଖନୀ
କହେ ମୋ ଲେଖନୀ
ପଢ଼ି ନାହିଁ କେବେ ଭାଗବତ ଗୀତା
ଦେଖି ନାହିଁ ମୁଁ ଯେ ଦ୍ୱାପର କି ତ୍ରେତା,
ଧନିକି ଗରିବ ହାରିଛନ୍ତି ଚେତା
ମଶାଣୀ ଭୁଇଁରେ ଦେଖିଛି ମୁଁ ଚିତା ।୧।
ଅର୍ଥ ଉପାର୍ଜନେ କରୁଛି ଅନୀତି
ବିକି ଥାଏ ଏଠି ସ୍ନେହ ଶ୍ରଦ୍ଧା ପ୍ରୀତି,
ସାଧୁ ନିରୂପାୟ ଭୋଗେ କାରାଗାର
ମଣିଷ କରୁଛି ମଣିଷ ସଂହାର ।୨।
ଦିନ ଦିପ୍ରହରେ ଚୋରିନାରୀ କରେ,
ମାନବ ଭୁଲୁଛି ନିଜ ସଂସ୍କାର,
ନୟନରୁ ଝରେ ଅଶ୍ରୁର ଧାର
ଲୁଚେଇ ପାରୁନି ବେଦନା କୁ ମୋର ।୩।
ଦୁନିଆଁର ବାର୍ତ୍ତା ମୁଁ ହେବି କର୍ତ୍ତା
ଭୁଲିଛି ମନୁଷ୍ୟ ନିଜ ପିତାମାତା,
ହୃଦୟର କଥା ମନ ମଧ୍ୟେ ବ୍ୟଥା
ଶବଦ ଜଳରେ ହେଇଛି କବିତା ।୪।
ନାୟକ ନୁହଁ ମୁଁ ନା ଖଳନାୟକ
ଗାଉଁଲି ପିଲା ମୁଁ ସାଧାରଣ ଲୋକ,
ଗାୟକ ନୁହଁ ମୁଁ ନାହିଁ ମୁଁ ଲେଖକ
ଭାବନାରେ ଭାସି ଲେଖୁଛି ଟିକକ ।୫।