STORYMIRROR

Priyabrata Mohanty

Inspirational

3  

Priyabrata Mohanty

Inspirational

କହେ ମୋ ଲେଖନୀ

କହେ ମୋ ଲେଖନୀ

1 min
196


ପଢ଼ି ନାହିଁ କେବେ   ଭାଗବତ ଗୀତା

ଦେଖି ନାହିଁ ମୁଁ ଯେ   ଦ୍ୱାପର କି ତ୍ରେତା,

ଧନିକି ଗରିବ   ହାରିଛନ୍ତି ଚେତା

ମଶାଣୀ ଭୁଇଁରେ   ଦେଖିଛି ମୁଁ ଚିତା ।୧।


ଅର୍ଥ ଉପାର୍ଜନେ   କରୁଛି ଅନୀତି

ବିକି ଥାଏ ଏଠି  ସ୍ନେହ ଶ୍ରଦ୍ଧା ପ୍ରୀତି,

ସାଧୁ ନିରୂପାୟ   ଭୋଗେ କାରାଗାର

ମଣିଷ କରୁଛି  ମଣିଷ ସଂହାର ।୨।


ଦିନ ଦିପ୍ରହରେ   ଚୋରିନାରୀ କରେ,

ମାନବ ଭୁଲୁଛି   ନିଜ ସଂସ୍କାର,

ନୟନରୁ ଝରେ   ଅଶ୍ରୁର ଧାର

ଲୁଚେଇ ପାରୁନି   ବେଦନା କୁ ମୋର ।୩।


ଦୁନିଆଁର ବାର୍ତ୍ତା   ମୁଁ ହେବି କର୍ତ୍ତା

ଭୁଲିଛି ମନୁଷ୍ୟ   ନିଜ ପିତାମାତା,

ହୃଦୟର କଥା   ମନ ମଧ୍ୟେ ବ୍ୟଥା

ଶବଦ ଜଳରେ   ହେଇଛି କବିତା ।୪।


ନାୟକ ନୁହଁ ମୁଁ   ନା ଖଳନାୟକ

ଗାଉଁଲି ପିଲା ମୁଁ   ସାଧାରଣ ଲୋକ,

ଗାୟକ ନୁହଁ ମୁଁ   ନାହିଁ ମୁଁ ଲେଖକ

ଭାବନାରେ ଭାସି   ଲେଖୁଛି ଟିକକ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational