STORYMIRROR

Dhaneswar Dash

Inspirational

4  

Dhaneswar Dash

Inspirational

କେଉଁଠି ଲୁଚିବ ଯାଇଁ

କେଉଁଠି ଲୁଚିବ ଯାଇଁ

1 min
228

"ଜାହାକୁ ଦେଖିବ ଦୁଇ ନୟନେ,

ପରତେ ନ ଯିବ ଗୁରୁ ବଚନେ"।

***

ଆଜି ଯାହା ଦେଖୁଛି ଆଖି 

ସେଥିରେ ବିଶ୍ବାସ ନାହିଁ, 

ଦେଖା ଜିନିଷଟା ଭେଜାଲ

କାହାକୁ କହିବ ଯାଇଁ ।


ପ୍ରକୃତିକୁ ବିଷ ପିଆଇ

ଉପୁଜୁଅଛି ଯେ ଖାଦ୍ଯ,

ସେଥିରେ ବି ରଙ୍ଗ ଗୋଳାଇ 

ମନଲୋଭା କରେ ବୈଦ୍ୟ ।


ହରମୋନ୍ ଇଂଜେକସନ୍

ହୃଷ୍ଟ ପୃଷ୍ଟ ହେବାପାଇଁ,

ପ୍ରତ୍ୟେକ ଖାଦ୍ଯରେ ଲାଗୁଛି 

ଯାହା ଦେଖି ହେଉନାହିଁ ।


କଞ୍ଚାକୁ ପାଚିଲା କରୁଛି 

ଔଷଧ ସ୍ପ୍ରେ କରିଲେ,

ପ୍ଲାଷ୍ଟିକ୍ ଅଣ୍ଡା ବା ଚାଉଳ

ସହର ବଜାରେ ମିଳେ।


କଳିଯୁଗେ ଯେଉଁ ମଣିଷ 

ଆଖିରେ ଦେଖାଯାଉଛି,

ଚିତ୍ରକାର ର ଚିତ୍ରପଟ 

ପ୍ରତୀୟମାନ ହେଉଛି ।


ମନରେ ଅଲଗା ଭାବନା

କଥାରେ ପକାଏ ସର,

ଦିଶେ ହସ ହସ ବଦନ

ଭିତର ବିଷ ଭଣ୍ଡାର ।


ଆପଣା ବୋଲାଇ ଭିତରେ

ନାହାକା ଚେର କାଟୁଛି,

ବିଶ୍ବାସ ଜତାଇ ମନରେ

ବେକରେ ଛୁରୀ ମାରୁଛି । 


ଜାତି, ଧର୍ମ, ଗୋତ୍ର, ବିବେକ

ଖୋଜିଲେ ନ ମିଳେ କିଛି,

ବୁଦ୍ଧି, ଜ୍ଞାନ, ସମୟ, ପାତ୍ର 

ସେସବୁ ହଜି ଯାଉଛି ।


ବଡ ସାନ ମାନ ମହତ

ବିଚାର ମନରେ ନାହିଁ,

ଯାହା ପଶି ଗଲା ତୁଣ୍ଡରେ

ତାହା ଦେଉଅଛି କହି ।


ଅସୁବିଧା ବେଳ ପଡିଲେ

ଦେବାଦେବୀ ପୂଜା କରେ,

ଭକତି ନଥାଇଁ ମନରେ

ଘୁରିବୁଲେ ମନ୍ଦିରରେ ।


ବଞ୍ଚିବା କଠିନ ହେଲାଣି

ସମାଜେ ଚଳିବା ପାଇଁ,

କାଳଚକ୍ରେ ଘୋର ବିପତ୍ତି

କେଉଁଠି ଲୁଚିବ ଯାଇଁ ?



Rate this content
Log in

Similar oriya poem from Inspirational