STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

କେଉଁ ନାମ ଧରି ଡାକିବି ଏ ନାଥ

କେଉଁ ନାମ ଧରି ଡାକିବି ଏ ନାଥ

1 min
253


କେଉଁ ନାମ ଧରି ଡାକିବି ହେ ନାଥ


ସର୍ବ ନାମ ଅଟ ତୁମେ,


ମହା ବିପଦରେ ପଡି ଅଛି ଦେଶ


ଅନୁଗ୍ରହ କର ତୁମେ।୧।


ଏ ପରି ସମୟ ଆସିବ ଟି ପୁଣି


ଜାଣି ନ ଥିଲେଟି ଜଣେ,


ଦ୍ବିତୀୟ ଲହରୀ ଅତିହିଁ ପ୍ରଖର


ଚିନ୍ତିତ କରଇ ପ୍ରାଣେ।୨।


ଧର୍ମପରାୟଣ ଦେଶଟି ଆମର


କେଉଁ ଅଧର୍ମ ଟି ହେଲା,


ଏପରି ଦେଶରେ ଏପରି ଯନ୍ତ୍ରଣା


କାହିଁ ପାଇଁ ପ୍ରଭୁ ହେଲା।୩।


ସତ୍ୟମାର୍ଗ ଅଟେ ଦେଶର ସଂସ୍କୃତି


ଧର୍ମପଥ ଅଟେ ମାର୍ଗ,


ସମଭାବ ଅଟେ ଦେଶର ନୀତି ଟି


ପ୍ରଭୁ ଭକ୍ତି ଅଟେ ସ୍ବର୍ଗ।୪।


ବିଶ୍ବ କଲ୍ୟାଣରେ ପ୍ରଭୁଙ୍କ ଜନମ


ଏହି ପବିତ୍ରର ଧାମେ,


ବିଶ୍ବର କଲ୍ୟାଣ କର ଜଗନ୍ନାଥ


କୄପାଦୄଷ୍ଟି ଦିଅ ଧାମେ।୫।


ରୋଦନର ରାବ୍ ବିଚଳିତ କରେ


ପବିତ୍ର ଦେଶର ମଧ୍ୟେ୍,


ଅତିହିଁ ପ୍ରଖର କରୋନା ଲହରୀ


ମାଡି ଆଶେ ଦେଶ ମଧ୍ୟେ୍।୬।


ଅତି ଭୟାଭୟ ଏ ମହା ବିପଦ


ବୁଦ୍ଧି ଦିଶୁ ନାହିଁ ଏବେ,


ତହରି ଭୋରଷା କେବଳ ରହିଛି


ଦୂର କର ପ୍ରଭୁ ଏବେ।୭।


କେଉଁ ନାମ ଧରି ଡାକିବି ହେ ନାଥ


ସର୍ବ ନାମ ଅଟ ତୁମେ,


ମହା ବିପଦରେ ପଡି ଅଛି ଦେଶ


ଅନୁଗ୍ରହ କର ତୁମେ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy