STORYMIRROR

Yudhisthir Khamari

Abstract

2  

Yudhisthir Khamari

Abstract

କେତେଦୂର ପୁଷ୍ପଶଯ୍ୟା

କେତେଦୂର ପୁଷ୍ପଶଯ୍ୟା

1 min
256

ଏଇ ତ ଅବିଶ୍ରାନ୍ତ ଜୀବନ

ଚାଲୁଛି ଚକଲଗା ଗାଡିପରି

କ୍ଲାନ୍ତ ଅଥବା ଯନ୍ତ୍ରାଂଶ କ୍ଷୟକୁ ଖାତିର ନାହିଁ

ଦୃଶ୍ୟ ରେ ହେଉକି ଅଦୃଶ୍ୟରେ

ମନ ଚାହେଁ ଆଉ କିଛି

ଆଗକୁ ମାଡିଚାଲେ କିଛି ପାଇବାର ଆକାଂକ୍ଷା ରେ

ଇପ୍ସିତ ବସ୍ତୁ,ହେଉ ବୃନ୍ତଚ୍ୟୁତ ଫୁଲଟିଏ

ଅବା ସଦ୍ୟ ପ୍ରସ୍ଫୁଟିତ ସୂର୍ଯ୍ୟମୁଖୀ ଟିଏ

ପୂର୍ଣ୍ଣ ସମାରୋହେ ମାତିଥାଏ ପ୍ରସ୍ତୁତି ରେ

ପାଇବାକୁ ସୁକୋମଳ ପୁଷ୍ପ ଶଯ୍ୟା

ରଚୁଥାଏ କାବ୍ୟ କବିତା,

ପ୍ରଣୟ,,ସୈ। ନ୍ଦର୍ଯ୍ୟ ଓ ଅଭିସାର ର

ପୁଣି ପ୍ରତୀୟମାନ ହୁଏ,

ଏ ସବୁ ଶୀର୍ଣ୍ଣ ସମାରୋହ ନୁହେଁ କି

କାହିଁ ପାଇଁ ଏତେ ସଂଗ୍ରାମ

କଣ ବା ଅଛି ଦୈ।ଡ଼ା ଦୈ।ଡି ଖେଳରେ

ଜୀବନର ଅନ୍ତିମ ପଥ ତ ମୃତ୍ୟୁ ଶଯ୍ୟା

ସେ ହୋଇଥାଉ କାବ୍ୟ ପୁରୁଷ ର ମୁଖ୍ୟ ନାୟକ

ବା ମଧୁମିଳନର ପାଟରାଣୀ

ଚିତ୍ତ ଚେତନାରେ ମାନସ ପଟରେ

ଛନ ଛନ ହୁଏ ଚିତ୍ତ

ପଡ଼ିଯାଏ ଧର୍ମ ସଂକଟରେ

ପଚାରୁଥାଏ ମନକୁ ଆଉ କେତେଦୂର

କେତେଦୂର ସେହି ସୈ।ଖୀନ ପୁଷ୍ଷଶଯ୍ୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract