STORYMIRROR

Sarojini Behera tiki

Tragedy

4  

Sarojini Behera tiki

Tragedy

କେତେଦିନ

କେତେଦିନ

1 min
407

କେତେଦିନ ସାଉଁଟୁ ଥିବି

ସେ ଶୁଖିଲା ଗୋଲାପ ପାଖୁଡା ସବୁକୁ

ଯାହା ତୁମେ ଧରେଇ ଥିଲ ମୋ

ହାତରେ କେତେ ପ୍ରତିଶୃତି

ଦେଇ ଅଧରେ ଚୁମିଥିଲ ମୋ ହାତକୁ।


କେତେଦିନ ଆଉ ପଢୁଥିବି

ତୁମର ସେ ପୁରୁଣା ହାତଲେଖା

ଚିଠି ସବୁକୁ ଲୁଚେଇ ଲୁଚେଇ

ଝରାଉ ଥିବି ଧାର ଧାର ଉଷୁମ ଲୁହ।


କେତେଦିନ ଦେଖୁଥିବି ତୁମ 

ପ୍ରତିଛବିକୁ ବହି ଭିତରେ ରଖି

ଅଧା ଆଲୁଅ କେବେ ତକିଆ ତଳେ

ତ କେବେ ବନ୍ଦ ପଲକରେ।


କେବେ ଦିନ ଲେଖୁଥିବି ବିରହ

ବିଚ୍ଛେଦର କବିତା ତୁମକୁ ବସାଇ

ମୋ ଭାବନା ରାଇଜରେ ଲେଖି

ପୁଣି ଚିରୁଥିବି ଫର୍ଦ୍ଦ ଫର୍ଦ୍ଦ ମୋ ଡାଇରୀକୁ।


କେତେଦିନ ଆଉ ଢେଉଛୁଆଁ

ବାଲିରେ ଆଙ୍କୁଥିବି ପ୍ରେମ

ଚିତ୍ର ଆବଦ୍ଧ କରି ତୁମରି ନାଁ କୁ

ମୋ ନାଁ ସାଥେ ମିଶାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy