STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

କେତେ ତା ଟାଣ

କେତେ ତା ଟାଣ

1 min
348


ମାଟିର ମଣିଷ    ମାଟିରୁ ଜନମ

    ମାଟିରେ ମୁଁ ଯିବି ମରି,

ମାଟିର ଶସ୍ୟ ଖାଇ ବଡ଼ ହେଲି

    ମାଟିକୁ ତ ହୁଏ ଝୁରି।


ସାରା ଜଗତକୁ    ବସ୍ତ୍ର ବାସଗୃହ

   ଖାଦ୍ୟ ଯେ ଯୋଗାଉଥାଏ,

ଅହଂକାର ନାହିଁ ଅହଂକାରୀ କିଆଁ

    ଏ ମଣିଷ ହେଉଥାଏ।


ମଣି ମୁକୁତାର  ଖଣି ଭରା ପରା

   ଦେଖ ନୀଳ ପାରାବାର,

ସ୍ଵଳ୍ପ ଜ୍ଞାନ ଧରି  ମହାଜ୍ଞାନୀ ଭଳି

  ବାକ୍ୟ ସ୍ଫୁରେ ମୁଖୁ ବାରମ୍ବାର।


ଅଚଳ ଉତ୍ତୁଙ୍ଗ    ମହାମେରୁ ସ୍ଥିର

  ଧୀର ଚିତ୍ତେ ଦଣ୍ଡାୟମାନ,

ଅସ୍ଥିର ମଣିଷ  ଦି ଦିନ କୁଣିଆ

   ତଥାପି କେତେ ତା ଟାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational