କେତେ ତା ଟାଣ
କେତେ ତା ଟାଣ
ମାଟିର ମଣିଷ ମାଟିରୁ ଜନମ
ମାଟିରେ ମୁଁ ଯିବି ମରି,
ମାଟିର ଶସ୍ୟ ଖାଇ ବଡ଼ ହେଲି
ମାଟିକୁ ତ ହୁଏ ଝୁରି।
ସାରା ଜଗତକୁ ବସ୍ତ୍ର ବାସଗୃହ
ଖାଦ୍ୟ ଯେ ଯୋଗାଉଥାଏ,
ଅହଂକାର ନାହିଁ ଅହଂକାରୀ କିଆଁ
ଏ ମଣିଷ ହେଉଥାଏ।
ମଣି ମୁକୁତାର ଖଣି ଭରା ପରା
ଦେଖ ନୀଳ ପାରାବାର,
ସ୍ଵଳ୍ପ ଜ୍ଞାନ ଧରି ମହାଜ୍ଞାନୀ ଭଳି
ବାକ୍ୟ ସ୍ଫୁରେ ମୁଖୁ ବାରମ୍ବାର।
ଅଚଳ ଉତ୍ତୁଙ୍ଗ ମହାମେରୁ ସ୍ଥିର
ଧୀର ଚିତ୍ତେ ଦଣ୍ଡାୟମାନ,
ଅସ୍ଥିର ମଣିଷ ଦି ଦିନ କୁଣିଆ
ତଥାପି କେତେ ତା ଟାଣ।