କେତେ ମନ ଲୋଭା ଚକାନୟନ
କେତେ ମନ ଲୋଭା ଚକାନୟନ
କଳା ମୁହେଁ ଶୋଭା ଟିପା ଚନ୍ଦନ
କେତେ ମନଲୋଭା ଚକାନୟନ
ଅଧରର ନାଲି ହସ
ଦେଖି ଦେଲେ ଥରେ ନୟନ ଯୁଗଳେ
ମେଣ୍ଟି ଯାଏ ଅବଶୋଷ ।।
ରୂପ ଦେଖି ମୀରା ହେଲା ବାୟାଣୀ
ଦେଖି ଅନ୍ନେ ଶାଗ ଦାସିଆ ପୁଣି
ବାଇ ବଳରାମ ଦାସ
ଯବନ ହୋଇ ସେ ସାଲବେଗ ରସେ
ଉଜାଡି ଭକତି ବାସ ।।
ପାଟପୁର କୁନି ଝିଅ ମାଳତୀ
ଭକତି ଡୋରିରେ ଦେଲାତ ବାନ୍ଧି
ତା ନାମରେ ପୀତବାସ
ଗାଆଁର ନାମଟି ରଖିଲ ସ୍ମୃତିଟି
ରଚିଗଲ ଇତିହାସ ।।
ସାହାପୁର ବାସୀ ସେ ମନୋହର
ପଦ୍ମଫୁଲେ ବାନ୍ଧେ ମନ ତୁମର
ତାଙ୍କ ନାମେ ପଦ୍ମବେଶ
ମାଘରେ ଦର୍ଶନ ଦିଅ ଶ୍ୟାମଘନ
ଭକ୍ତ ମନ ହୁଏ ତୋଷ ।।