STORYMIRROR

Hemanta kumar Sahoo

Classics

4  

Hemanta kumar Sahoo

Classics

“କେତେ ଲୁଚାଇବ ପାପ"

“କେତେ ଲୁଚାଇବ ପାପ"

1 min
267

ଯେତେ ଲୁଚାଇଲେ ଲୁଚିବନି ମିଛ 

ଆଜି ନାହିଁ କାଲି ବାହାରିବ 

ସମସ୍ତଙ୍କ ଆଗେ ପ୍ରକାଶିତ ହୋଇ 

ମହମହ କରି ବାସୁଥିବ ।।

ଲୁଚେଇ ଲୁଚେଇ ଚୋରାଇ ନେଉଥା 

ଭାବୁଅଛୁ କେହି ଦେଖୁନାହିଁ

ଅଦୃଶ୍ୟ ଆଖିଟା ପରା ଦେଖିଅଛି 

ଅଜ୍ଞାନୀ ତୁ ତତେ ଦିଶୁନାହିଁ ।।

ମନ ଇଛା ଯେତେ ପାପ କରିଯାଅ 

କେତେ ଦିନ ପାପ କରୁଥିବୁ

ବୟସ ସରିଲେ ହାମୁଡି ପଡ଼ିବୁ 

ସେତେବେଳେ ନିଶ୍ଚେ ତୁ ହେଜିବୁ ।।

ପର ତଣ୍ଟି ଚିପି ଟଙ୍କା ଗଦାପରେ 

ଆନନ୍ଦରେ ମଜା ନେଉଅଛୁ 

ଅପେକ୍ଷା କରିଥା ଛାଡିଯିବ ରଙ୍ଗ

କେତେ କଷ୍ଟ ହେବ ତୁ ଜାଣିବୁ ।।

ସବୁ ସହେ ସିଏ ଗରବ ସହେନି 

ଜଣେ ସେହି ଜଗତ ଠାକୁର 

ସହି ସହି ପାପ ଅଧିକ ହୋଇଲେ 

ଭାଙ୍ଗି ଦେବ ସିଏ ତୋ ଚାତର ।।

ମର୍ତ୍ତେ ଜନମିଛେ ଭଲ କାମକରି 

ଏ ଭବ ସାଗରୁ ବିଦା ହେବା 

କେଇଟା ଦିନ ବା ମହୀରେ ରହିବା 

ଅପଯଶ କିଆଁ ମୁଣ୍ଡାଇବା ?

ମନେରଖ ଭାଇ ଚିର ଦିନ ପାଇଁ 

କେହି ରହିନାନ୍ତି ଏହି ଭବେ 

ଅଢେ଼ଇ ଦିନିଆ କୁଣିଆ ଆସିଛେ 

ଅଭିନୟ ସାରି ଯିବା ସର୍ବେ ।।

ଯେତେଟା ଦିନ ବା ରହିବା ମହୀରେ

କରି ଯାଇଥିବା ଭଲ କାମ 

ମଣିଷ ଶାନ୍ତିକୁ ଈଶ୍ୱର ବି ଶାନ୍ତି 

ନ ନେଇ ପାରିବ କାଳ ଯମ ।।

ଏତିକି ଅଳି କରୁଅଛି ଅଧମ 

ମୋ କଥାକୁ ବାରେ ହେଜ କର 

ଈଶ୍ବରଙ୍କ ଏହି ଦରବାର ମଧ୍ୟେ 

ଧର୍ମ ନ୍ୟାୟ ପଥ ହେତୁ କର ।।



Rate this content
Log in

Similar oriya poem from Classics