କେତେ ଦୁର୍ଭାଗ୍ୟ ସତେ
କେତେ ଦୁର୍ଭାଗ୍ୟ ସତେ
ଆଉ ଏ ଯାତନା ଥିଲା ଭୋଗିବାକୁ
କି ପାପ ଦେଖିଲା ଆଜି ମୋର ଚକ୍ଷୁ
ମାେ ଦେଶ ଛାତିରେ କଳଙ୍କ କାଳିମା
ସନ୍ତାନକୁ ଭାବି ମନେ ଭରେ ଘୃଣା ।
ବିଷ ବୃକ୍ଷ ପ୍ରାୟ ସେ ସନ୍ତାନ ଥିଲା
ମାତୃ ସନମାନେ କାଳିମା ସାଜିଲା
ଯେବେ ଘରେ ରୁହେ କୁତ୍ସିତ ଆତଙ୍କୀ
ସଙ୍କଟ ଘେରରେ ଦେଶବାସୀ ଭୁକ୍ତଭୋଗୀ ।
ଶାନ୍ତ ମନୋଭାବ ପୋଷଣ ନ କରି
ଉଦ୍ଧତ ପାପିଷ୍ଟକୁ ଶାସ୍ତି ଦିଅ ଧରି
ଦେଶ ବିରୋଧୀ କାର୍ଯ୍ୟ ଯିଏ କରେ
ତକ୍ଷଣ କେହି ହେ ପ୍ରାଣ ନିଅ ତାରେ ।
ଆଉ ନ ପାରିବା ଦେଖି ଅରାଜକତା
କଟୁଦୃଶ୍ୟ ଦେଖି ଆତ୍ମା ପାଏ ବ୍ୟଥା
ଏ କେମିତି ସ୍ୱାର୍ଥ ଦେଶ ଅହିତରେ
ନର୍କଗାମୀ ହୁଅ ପାପୀ ମାତୃ ଅଭିଶାପେ ।