କେତେ ବାଟ କି
କେତେ ବାଟ କି
ତୋ ତକିଆରେ ପଡ଼ିଥିବା
ମୁଠାଏ ନିଦ
ତୋ ନିଦରେ ପଡ଼ିଥିବା
ମୁଠାଏ ସ୍ଵପ୍ନ
ମୋତେ ପଦ୍ୟାଂଶଟିଏ ମିଳିଗଲା ତ
ଏଇଠି ବସିଗଲି
ସୂର୍ଯ୍ୟଟା ଡୁବି ଯାଉଥିଲା
ଠିକ୍, ମୁଁ ଯେମିତି
ଡୁବି ଯାଇଥିଲି, କାଲି ରାତିର
ଅଧା ଭରା ଗ୍ଲାସ୍ ଭିତରେ,
କେବେଠୁ ବନ୍ଦ ହୋଇ ରହିଛି ମୁଁ
ଖୋଲି ଯିବି କି !
ନା ସମୁଦ୍ରଟା ମୋର
ନା ସେ ଲହରୀଟା
ନା ନଉକାଟା ମୋର
ମୁଁ ବି କୋଉ ମୋର ବା?
ଉଠି ପଡ଼ିଲି ଏବେ
ଅଭ୍ୟାସ ନାହିଁ
ଆଉ ଚାଲିବାର
ଘଟ ଠାରୁ ଘାଟ ପର୍ଯ୍ୟନ୍ତ
ବାଟ ଆଉ କେତେ କି !
ବାସ୍
ତିନି ପେଗ୍ ର।
ପାରମିତା ଷଡ଼ଙ୍ଗୀ