STORYMIRROR

Jayashree Maharana

Tragedy

3  

Jayashree Maharana

Tragedy

କେତେ ବା ସହିବି କୁହ ?

କେତେ ବା ସହିବି କୁହ ?

1 min
32

ହାଡ଼ ଦି ଖଣ୍ଡ ପୁଳେ ମାଂସରେ 

ଗଢା ମଣିଷଟେ ମୁଁ

କେତେ ବା ସହିବି କୁହ


ଦିନରେ ସୂରୁଜ ରାତିରେ ଜହ୍ନ

ବିନା ବାଧାରେ ବରଷାର ପାଣି

ଅମାନିଆ ଶୀତ 

ରାଜୁତି କରୁଥିବା ବସ୍ତିଘରେ ଜନମ ହୋଇ

ପଖାଳ ମୁଠିଏ

ଲୁଣ ଲଙ୍କା ପିଆଜରେ

ପେଟ ଭରିଲି ।

କେବେ କେବେ ବାବୁଭାୟା ପରି

ଖାଦ୍ୟ ପୁଳିଏକୁ ଅମୃତ ମଣିଲି ।


ଶୈଶବ କଣ ଜାଣେନା ମୁଁ 

ତାରୁଣ୍ୟର ମଧୁରତା ଅନୁଭବ କରିନି 

ହାତରୁ ଦିହାତ ହୋଇ

ଜଞ୍ଜାଳରେ ଛନ୍ଦି ହେଲି ।


ପେଟ ପାଇଁ ନାଟ 

ଚାଲିଲି ଅନ୍ୟରାଇଜ 

କାମଧନ୍ଦା ପାଇଁ 

ମହାମାରି ଆସିଲା ପରେ

ହୋଇଗଲି କର୍ମହୀନ

ଭାବିଲି ଫେରିଯିବି ଗାଁକୁ ।


ବିସ୍କୁଟ କେଇଖଣ୍ଡ 

ଦିମୁନ୍ଦା ପାଣି କୁ ଆଶ୍ରା କରି

କୋଶ କୋଶ ବାଟ ଚାଲିଛି ତ ଚାଲିଛି ।


ପହଞ୍ଚିଲି ସଂଗରୋଧ କେନ୍ଦ୍ରରେ 

ବିତାଇଲି କିଛି ଦିନ

ଘରକୁ ଫେରିଲି

ଆଜି କିନ୍ତୁ ଅଜଣା ପାଲଟିଥିଲେ ଗାଁ ଲୋକ ।


ସନୀଆ କାକା,ନିଧି ଅଜା ,ରୂପା ନାନୀ

କେହି ମୋତେ ନ ଚିହ୍ନିଲା ପରି 

ଗାଁ ରେ ପଶାଇଲେ ନାହିଁ ।


ପାଖ ଜଙ୍ଗଲ ଆଶ୍ରୟ ଘର ଏବେ

ଗଛ ଡାଳରେ ରହି 

ମୁକ୍ତ ପବନରେ ଶୋଇବି 

କିନ୍ତୁ

କଣ ବା ଖାଇବି 

କେଉଁଠୁ ଆଣିବି ପାଣି ?


ହେ ପ୍ରଭୁ 

ତୁମେ ତ ଅନାଥର ନାଥ

କେତେ ବା ସହିବି କୁହ ?

ମୁଁ ଆଉ ପାରୁନି 

ତୁମେ ହିଁ ଶେଷ ଆଶ୍ରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy