STORYMIRROR

Chandrakanta Nayak

Classics

3  

Chandrakanta Nayak

Classics

କେତେ ବା ପରୀକ୍ଷା ଦେବି ?

କେତେ ବା ପରୀକ୍ଷା ଦେବି ?

1 min
320

ହେ ବିଶ୍ବ ଏତିକି ଗୁହାରି 

କରେ ତୁମ ଠାରେ ଆଜି,

ସତକଥା ମୋତେ ଖୋଲି କହିବ ହେ

ମୋପରେ କାହିଁ ଅରାଜି ?

ଜୀବନଟା ସାରା ପରୀକ୍ଷା ଦେଉଛି

ତୁମ ବିଶ୍ବ ବିଦ୍ୟାଳୟେ,

ଥକି ପଡିଲିଣି ଭୟ ଲାଗିଲାଣି

ତୁମ ପରୀକ୍ଷାକୁ ଏବେ ହାଏ !

ଯେତେକ କଳଙ୍କ ତୁମ ସମାଜରେ

ସବୁଜାକ ରହିଅଛି, 

ମୋର ମୁଣ୍ଡେ ସେଇ ଅଠା ବୋଳିିଦେଲେ

ପ୍ରଭୁ ତାକୁ ବି ତ ସହୁଛି !

କଳଙ୍କି ମୋତେ ସମାଜ ସଜାଏ କି ପାପ ମୋର ଜାଣେନା,

ଯିଏ ମୋତେ ପାପୀ ବୋଲି କହୁଥାଏ ସିଏ କି ପାପ କରେନା ?

ମୁଁ ପାପୀ କି ପବିତ୍ରା ତୁମ ପାଖେ ସିନା ହିସାବ ରହିଛି ମୋର,

ପରୀକ୍ଷା ଶେଷରେ ତୁମ ଠାରୁ ସିନା ପାଇବି ମୋ ଫଳାଫଳ !

କେତେ ବା କାହାକୁ ନିଷ୍କଳଙ୍କ ବୋଲି କହିବି ଚିତ୍କାରୀ ପାଟି,

କଣ୍ଠ ମୋର ପ୍ରଭୁ ଦବି ଆସିଲାଣି ହେ ତୁମେ ମୋର ଏକା ସାକ୍ଷୀ !

ମୁଁ ପାପ କଲେ ତୁ ଦଣ୍ଡ ଦେବୁ କର୍ମଫଳ ତୋ' ଠୁ ପରା ନେବି,

ସମାଜ କାହିଁକି ଆଗତୁରା ମୋତେ ମୂଲ୍ୟାୟନ କରେ ଭାବି ?

ମୁଁ ତ କାହା ଆଗେ ହାତ ପାତି ନାହିଁ ତୋତେ ଛାଡିଦେଲା ପରେ,

ଦବରଦସ୍ତ ଏ ସମାଜ କାହିଁକି ଦୋଷ ଲଦେ ମୋ ଉପରେ ?

ମୁଁ ତେଣୁ ଆଜି ଏତିକି ଠାକୁରେ କର ଯୋଡି କରେ ପୁଛା,

ମାରିବା ତାରିବା ଶକତି ତୁମର ତାହା କର ଯାହା ତୁମ ଇଛା !



Rate this content
Log in

Similar oriya poem from Classics