Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Santosh Kumar Nayak

Romance Others


2  

Santosh Kumar Nayak

Romance Others


କେମିତି ମୁଁ ରାଗିବିନି

କେମିତି ମୁଁ ରାଗିବିନି

1 min 4 1 min 4

କେମିତି ମୁଁ ରାଗିବିନି କହିଲ?

ଶୀତୁଆ ରାତିରେ ନିଘୋଡ ନିଦରେ

ତୁମ ସ୍ବପ୍ନ ଦେଖୁଥିବା ବେଳେ

କେହି ଯଦି ଟାଣିନିଏ କମ୍ବଳଟି ମୋର।

କେମିତି ମୁଁ ରାଗିବିନି କହିଲ?

ଜହ୍ନ ଜୋଛନାରେ ବସି ଛାତପରେ

ତୁମ ଛବି ଆଙ୍କୁଥିବା ବେଳେ

କେହି ଯଦି ଚିରିଦିଏ ଛବିଟି ତୁମର।

ମିଛଟାରେ ରାଗେନି ମୁଁ କେବେ

ରାଗିବାର କାରଣଟେ ଥାଏ,

ରାଗିବାକୁ କରନାହିଁ ମନା

ତୁମକୁ ମୁଁ ଭାରି ଭଲ ପାଏ।


Rate this content
Log in

More oriya poem from Santosh Kumar Nayak

Similar oriya poem from Romance