STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

କେମିତି ଲାଗେ?

କେମିତି ଲାଗେ?

1 min
98

କେମିତି ଲାଗେ

ଯେତେବେଳେ

ହୃଦୟରେ କୋହର ବରଷା ବରଷି

ଛାତିକୁ ଫୁଲେଇ

ଉଛୁଳି ପଡ଼ି

ଆଖିବାଟେ ବାହାରିଯାଏ

ଅଣାୟତ୍ତ ହୋଇ

ମନକୁ ଅସହାୟ କରି


କେମିତି ଲାଗେ

ଯେତେବେଳେ

ଅନେକ ଅକୁହା କଥା

ବେଦନା ସାଜି

ପେଟରେ ଜାକିଜୁକି ହୋଇ

କରନ୍ତି କଲବଳ

ହେବାକୁ ସ୍ୱାଧୀନ

ଆଉ

ପାଟି ଅସହାୟ ପଥିକ ପରି

ହୁଏ ବାଟବଣା

ହୋଇ ଲକ୍ଷ୍ୟହୀନ


କେମିତି ଲାଗେ?

ଯେତେବେଳେ

ମିଳେ ଅଜସ୍ର ସମ୍ମାନ

ଆଉ ପୁଣି କୋଟି ଅଳଙ୍କାର ଧନ

ହେଲେ

କେଉଁଥିରେ ଵି ଟିକେ ନ ଥାଏ ଏ ମନ

ପୁଣି

ଜଳେ ନାହିଁ ପଛେ

ଘରେ ଚୁଲିର ଅଙ୍ଗାର

ମନପକ୍ଷୀ ଉଡ଼େ ନୀଳ ଆକାଶେ

ଡେଣା ଝାଡ଼ି ଫଡ଼ଫଡ଼

ହୃଦୟ ସ୍ପନ୍ଦନ ଗାଏ ଜୀବନଗୀତି

ଜୀବନଟା ଲାଗେ ସରଗପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract