Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy Action Others

4  

Jayashree Maharana

Tragedy Action Others

କେମିତି କହିବି

କେମିତି କହିବି

1 min
166


ହେ ମୋର ଜନନୀ କେମିତି କହିବି ଯୋଗ୍ୟ ସନ୍ତାନଟେ ମୁହିଁ

ଭାଷା ବଇଭଵ ଅକ୍ଷୁଣ୍ଣ ରଖିବି  ମୋହର ସାମର୍ଥ୍ୟ ନାହିଁ ।


ପରିବାରଠାରୁ ଦପ୍ତର ଯାଏଁ  ବିଦେଶୀ ଭାଷାର ମୋହ

ଅକିଞ୍ଚନ ମନ ଓଡ଼ିଆ ଆଦରେ ବକ୍ଷରେ ସଞ୍ଚିତ କୋହ ।


ସର୍କସ ଖେଳରେ ମୁଁ କିବା ଜୋକର  ଚକିତ ନଜର କେତେ

ଆବେଦନ ପତ୍ର ଓଡ଼ିଆ ଲେଖିଲେ  ମୁରୁଖ ଭାଳନ୍ତି ମୋତେ ।


ସାଙ୍ଗସାଥୀମେଳେ ଓଡ଼ିଆ କଥନ  ତାତ୍ସଲ୍ୟର ପାତ୍ରୀଟିଏ

ଇଂରାଜୀ ଦିପଦ କହିପାରେ ନାହିଁ  ଅଜ୍ଞାନର ଆଖ୍ୟା ପାଏ ।


ମାଆ କହିଥିଲି ଯେଉଁ ତୁଣ୍ଡେ ମୁହିଁ  ମାତୃଭାଷା ପରଶରେ

ଅରୁଚିକର କି ହୋଇଯିବ କେବେ  ମନେ ଭୀତି ସୃଷ୍ଟିକରେ ।


ଯୁଆଡେ ଚାହୁଁଛି ଇଂରାଜୀ ଫଳକ  ଓଡ଼ିଆରେ ନାନା ତ୍ରୁଟି

ପାରେନାହିଁ ମୋର ଭାବାବେଗ ରୋକି ଅସଫଳ ମତ ବାଣ୍ଟି ।


ଚାରିପାଶେ ମୋର ଆତ୍ମଘୋଷିତ  ବିଦେଶୀ ଫେରନ୍ତା ବ୍ୟକ୍ତି

ମୋ ଭାଷା ମଧୁର ସବୁଠୁ ସୁନ୍ଦର  ଅସ୍ତିତ୍ୱ ହରାଏ ଉକ୍ତି ।


Rate this content
Log in

Similar oriya poem from Tragedy