କେମିତି କହିବି ତୋତେ
କେମିତି କହିବି ତୋତେ
କେମିତି କହିବି ତୋତେରେ କାଳିଆ
ତୁ ତ ଜଗତ ସାଇଁ
ମୋ ଜୀବ ଜୀବନ ବସିଛୁ ହୃଦୟେ
ଦେଖୁଛୁ ସବୁତ ତୁହି ।
ତୋ ବିନା ନାହିଁରେ ଗତି ମୋ ମୁକତି
ସର୍ବଘଟେ ବିଦ୍ୟମାନ
ଜନମ ମରଣ ସୁଖଦୁଃଖ ସବୁ
ତୋହରି ଅଟେ ଭିଆଣ ।
ନୀଳଚକ୍ର ବାନା ପତିତପାବନ
ବାମନ ଶ୍ରୀପୁରୁଷୋତ୍ତମ
ବଡ଼ଦାଣ୍ଡ ଧୂଳି ମୁଣ୍ଡେ ଦେଲେ ବୋଳି
ଶାନ୍ତି ମୁକ୍ତି ପରିତ୍ରାଣ ।
କଳ୍ପବଟ ଛାୟା ଆନନ୍ଦ ବଜାର
କୈବଲ୍ୟ ମୁକତି ଧାମ
ଦରଶନ ତୋର ହରୁ ଦୁଃଖଶୋକ
ସାର୍ଥକ ହେଉ ଜୀବନ ।