STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

କେମିତି ବୁଝେଇବି ଯେ ?

କେମିତି ବୁଝେଇବି ଯେ ?

1 min
13.3K


ତମେ ଆକ୍ତାମତା ହେଲାବେଳେ

ମୁଁ ବେଖବର୍, ନିଜ ଦୁନିଆରେ ମସ୍ତ୍ ଥାଏ

ତୁମେ ବେଦନାରେ ଜର୍ଜରିତ ହେଲାବେଳେ

ଟାଣିଘୋଷାଡ଼ି ହେଇ, ନିଜ ଦୁନିଆ ସଜାଡିବାରେ ମସଗୁଲ୍ ଥାଏ

ତୁମେ ଯେତେଥର ତାକୁ ନେଇ ବିଚଳିତ ହୁଅ

ସେତେଥର ମୁଁ ପ୍ରଶ୍ନବାଚୀ ହେଇ ନିଜ ସାମ୍ନାରେ ଠିଆ ହୁଏ...


ତୁମେ କୁହ-

ସେ ବୁଝେନା କାହିଁକି ? ତାକୁ ପାଇବା ପାଇଁ ନୁହେଁ

ମୁଁ ଅସ୍ତବ୍ୟସ୍ତ କେବଳ ତା’ପାଇଁ ସରିଯିବାକୁ ଥରେ...

ମୁଁ ମନେମନେ ହସେ-

କେମିତି ବୁଝେଇବି ଯେ ? ପ୍ରେମ ତ ସେବେଳେ ହୁଏ

ପ୍ରତିଥର ତୁମ ପାଇଁ ଯେବେଯେବେ ମୁଁ ସମୟକୁ ମାରେ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance