STORYMIRROR

Susmita Patel

Fantasy Others

3  

Susmita Patel

Fantasy Others

କେଜାଣି କାହିଁକି

କେଜାଣି କାହିଁକି

1 min
435


ସତରେ ତୁ ଏତେ ବଡ଼ ହୋଇଗଲୁ !!

ତୋତେ ଜରାୟୁରୁ ସୁରକ୍ଷା ଦେଉଦେଉ

ଜାଣି ପାରିଲିନି

ତୁ ଏବେ ଜରାୟୁରେ ନାହୁଁ !

ତୁ କ୍ରମଶଃ ବଢ଼ି ଚାଲିଥିଲୁ

ହାତ ହୁଗୁଲାଉଥିଲୁ ମୁଷ୍ଟିରୁ

ମୋ ହାତ କ'ଣ ସହଜେ ଛାଡୁଛି

ସେ ତ ଅଭ୍ୟସ୍ତ

ତୋତେ ଭିଡ଼ି ଧରିବାରେ !!

ସେ କୁନିପାଦ ଆଜି ବି

ବଡ଼ ହୋଇନି ମୋ ପାଇଁ

କେଜାଣି କାହିଁକି

ତା ଇଞ୍ଚ୍ ବଢୁଥିଲେ ବି

ମୋତେ ଦେଖା ଯାଏନି !!

ତୁ ଅଭିମାନ କରୁ

ମୁଁ ପ୍ରଶ୍ନ କରେନି

କିନ୍ତୁ ତୁ ଉତ୍ତର ରଖୁ

ସେ ଉତ୍ତରରେ ତୁ ସିନା ସନ୍ତୁଷ୍ଟ

ମୋ ଉଦରଗତ ହୁଏନି ।

ମୁଁ ଜାଣେ

ତୁ ବଡ଼ ହେବାକୁ ଚାହୁଁ

ବଡ଼ ମାନେ ବହୁତ୍ ବଡ଼

ମୋ ଠୁ ବି

କେଜାଣି କାହିଁକି ଯେତେ ଉପରକୁ ଚାହିଁଲେ ବି

ତୋ ମୁହଁ

ମୋ ଜରାୟୁରେ ଦିଶେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy