STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

କେହ୍ନେ ଛନ୍ତି ରଘୁରାଣ !

କେହ୍ନେ ଛନ୍ତି ରଘୁରାଣ !

1 min
276

ତୁମ ଠାରୁ ଏହି ମୁଦ୍ରିକାକୁ ଦେଖି

ତୋଷ ହେଲା ମୋର ପ୍ରାଣ ,

ମୋ ବିଚ୍ଛେଦ ପୀଡ଼ା ଭୋଗୀ କରି କେହ୍ନେ

ରହିଛନ୍ତି ରଘୁରାଣ


ଲକ୍ଷ୍ମଣ ଭାଇଙ୍କ ବାରତାଟି କୁହ

କୁଶଳରେ ଛନ୍ତି କିବା ,

ତାଙ୍କରି ବାରଣ ନ ମାନି ହେ ହନୁ

ଏତେ ସରି ହେଲି ଅବା


ପ୍ରଭୁଙ୍କ ଦୁଃଖରେ ଦୁଃଖୀ ହୋଇ ମୁହିଁ

ସୁଖେ ହେବି ବୋଲି ସୁଖୀ ,

ବନବାସ ପାଇଁ ସଙ୍ଗେ ଆସିଲି ଯେ

ବିପତ୍ତି ଆଣିଲି ଡାକି


ସୁନାର ହରିଣୀ ସେ କାହୁଁ ସମ୍ଭବ

ଅଳି କଲି ଦିଅ ଆଣି ,

ମନ ତୋଷିବାକୁ ଧରିବାକୁ ଗଲେ

ସହାସ୍ୟେ କୋଦଣ୍ଡ ପାଣି


ମୁଁ କାହୁଁ ବୁଝିବି ଦଇତର ମାୟା

ବିପତ୍ତି ପଡ଼ିଲା ଭାଳି ,

କଟୁକଥା କହି ଲକ୍ଷ୍ମଣ ଭାଇଙ୍କୁ

ବନ ମଧ୍ୟେ ପଠାଇଲି


ଟାଣି ଯାଇଥିଲେ ତିନିଗାର ସିଏ

ଲଙ୍ଘିବାକୁ ଥିଲା ମନା ,

ସାଧୁ ଜଣେ ଭିକ୍ଷା ମାଗୁଛନ୍ତି ବୋଲି

ଡେଇଁ ମୁଁ ଆସିଲି ସିନା


ଜାଣି ନ ଥିଲି ସେ ଛଦ୍ମବେଶ ଧରି

ଆସିଥିଲା ଲଙ୍କା ପତି ,

ଅପହରି ମୋତେ ରଖିଅଛି ଏଠି

ଦେଖାଉଛି ନାନା ଭୀତି


ଶ୍ରୀରାମଙ୍କୁ ମୋର ବାରତା କହିବ

ରହିଅଛି ତାଙ୍କୁ ଧ୍ୟାୟୀ ,

ଦର୍ପିଷ୍ଠର ଦର୍ପ ଚୂର୍ଣ୍ଣ କରି ପ୍ରଭୁ

ଏ ସ୍ଥାନରୁ ଯିବେ ନେଇ



Rate this content
Log in

Similar oriya poem from Abstract