STORYMIRROR

Bijoy Jena

Inspirational Others

4  

Bijoy Jena

Inspirational Others

କେଡେ ସୁନ୍ଦର ମୋ ଗାଁ

କେଡେ ସୁନ୍ଦର ମୋ ଗାଁ

1 min
559

କେଡେ ସୁନ୍ଦର ମୋ  ଗାଆଁମାଟି ତାର

    ପୁଷ୍କରିଣୀ ନୀଳକଇଁ

ଗ୍ରାମ ଦେବତୀଙ୍କ  ଆଳତି ବେଳାରେ

    ମଥା ଯାଏ ନଇଁ ନଇଁ।


ସକାଳସୂରୁଜ   ଉଇଁଲେ ପୂରୁବେ

    ହଟିଯାଏ ଅନ୍ଧକାର

ଚାଷୀ ଭାଇ କ୍ଷେତେ ଆନନ୍ଦେ ଯାଆନ୍ତି

    ଚଷିବ ଜମିକୁ ତାର।


ଗୋପାଳବାଳକ   ଗାଈଗୋଠ ଧରି

    ଗାଆଁ ଦଣ୍ଡେ ଧୂଳି ଝାଡ଼ି

ନିକଟ ଜଙ୍ଗଲ   ଭୂମି ଦେଖି ଦେଖି

    ଯାଏ ଧରି ବେତ ବାଡ଼ି।


ସାରାଗାଆଁ ମୋର  କର୍ମ ଜଂଜାଳରେ

    ଜୀବିକା ଧାରଣ ପାଇଁ

ସଞ୍ଜ ଆସିଗଲେ   ବାହୁଡନ୍ତି ଘରେ

    ନିଜ ଶ୍ରମ ସାରି ଦେଇ।


ପକ୍ଷୀଏ ଫେରନ୍ତି  ଗାଆଁ ମୁଣ୍ଡ ଗଛେ

    ନିଡ଼େ କେତେଯେ ଶାବକ

କିଚିରିମିଚିରି   ସଂଗୀତରେ ମାତି

   ମାଆକୋଳେ କେଞ୍ଚିବେକ।


ଅବୁଝା ଶିଶୁକୁ    ମାଆ ବୁଝାଉଛି

     ଶୁଅ ବାୟା ଆରେ ଶୁଅ

ଆମ୍ବତୋଟା ମାଳୁ  ଖସ ଖସ ଶୁଭେ

    ଶାନ୍ତ ହୁଅ ଶାନ୍ତ ହୁଅ।


କେତେ ଦୃଶ୍ୟ ମୋର ଗାଆଁରେ ଘଟଇ

    ଦେହସୁହା ପ୍ରତିଦିନ

ତଥାପି ଭାବଇ  ମୋ ଗାଆଁ ସୁନ୍ଦର

    କେଡେ,ତା ସରଳ ଜନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational