STORYMIRROR

Umashankar Satpathy

Romance

3  

Umashankar Satpathy

Romance

କେବଳ ତୁମ ପାଇଁ

କେବଳ ତୁମ ପାଇଁ

1 min
275


ଅବୁଝା ମୋ ପ୍ରିୟା

ବୁଝିଗଲେ ଥରେ

ଅବେଳାରେ ଶୀତ ଆସେ

ଋଷି ଯାଇ ଥରେ

ମନ ଉଣା କରେ

ଅଦିନେ ଶ୍ରାବଣ ବର୍ଷେ

ଅଳସି ପ୍ରିୟା ମୋ

ଆଖି ଖୋଲେ ଯେବେ

ପ୍ରଥମ କିରଣ ଦିଶେ

ଈର୍ଷାରେ ଜଳେ ତା 

ଅଭିମାନୀ କୋହ

କେବଳ ମାଟିରେ ମିଶେ

ରାଗିଯାଇ ପ୍ରିୟା

ହୁଏ ଆନମନା

ସେରାତି କେବେନା ପାହେ

ସହିପାରେ ନାହିଁ

କହିପାରେ ନାହିଁ

ଚଇତାଳି ଧାରେ ବହେ

ଛୁଇଁଦିଏ ଯେବେ

ଓଠକୁ ଓଠରେ

ଶୀତ ବି ଉଭେଇଯାଏ

ସ୍ମୃତି ତାର ଆଜି  

ଛନ୍ଦି ହୁଏ ଯେବେ

କବିତାର ରୂପ ନିଏ

ନରମ ଚାହାଣି

ଆହୁରି ନରମେ

ମରମେ ଭରେଯେ ବ୍ୟଥା

କେମିତି କହିବ

ଅକୁହା କାହାଣୀ

ଅସ୍ତମିତ ଆଜି ବ୍ୟଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance