କେବଳ ତୁମ ପାଇଁ
କେବଳ ତୁମ ପାଇଁ
ଅବୁଝା ମୋ ପ୍ରିୟା
ବୁଝିଗଲେ ଥରେ
ଅବେଳାରେ ଶୀତ ଆସେ
ଋଷି ଯାଇ ଥରେ
ମନ ଉଣା କରେ
ଅଦିନେ ଶ୍ରାବଣ ବର୍ଷେ
ଅଳସି ପ୍ରିୟା ମୋ
ଆଖି ଖୋଲେ ଯେବେ
ପ୍ରଥମ କିରଣ ଦିଶେ
ଈର୍ଷାରେ ଜଳେ ତା
ଅଭିମାନୀ କୋହ
କେବଳ ମାଟିରେ ମିଶେ
ରାଗିଯାଇ ପ୍ରିୟା
ହୁଏ ଆନମନା
ସେରାତି କେବେନା ପାହେ
ସହିପାରେ ନାହିଁ
କହିପାରେ ନାହିଁ
ଚଇତାଳି ଧାରେ ବହେ
ଛୁଇଁଦିଏ ଯେବେ
ଓଠକୁ ଓଠରେ
ଶୀତ ବି ଉଭେଇଯାଏ
ସ୍ମୃତି ତାର ଆଜି
ଛନ୍ଦି ହୁଏ ଯେବେ
କବିତାର ରୂପ ନିଏ
ନରମ ଚାହାଣି
ଆହୁରି ନରମେ
ମରମେ ଭରେଯେ ବ୍ୟଥା
କେମିତି କହିବ
ଅକୁହା କାହାଣୀ
ଅସ୍ତମିତ ଆଜି ବ୍ୟଥା