STORYMIRROR

Dinesh Meher

Inspirational

3  

Dinesh Meher

Inspirational

କେବେ ପୁଣି

କେବେ ପୁଣି

1 min
148

କେବେ ଗୋଟେ କବିର

କବିତାରେ ଛନ୍ଦି ହୋଇ

ଲେଖା ଟେ ହେଇଥିବି

ଜଗତ କୁ ଅନେକ କାହାଣୀ

କହି ଯାଉଥିବି ।

କେବେ ଗୋଟେ ଶିଳ୍ପୀର

ସୁନ୍ଦର ମାନସ ଟେ ସାଜିବି

ଚକ୍ ମକ୍ ପ୍ରତିମାରୂପରେ

ଶୋଭା ପାଉଥିବି

ସମସ୍ତଙ୍କ ନଜରରେ ଆସୁଥିବି

କିନ୍ତୁ!

ଶବ୍ଦହୀନ ହୋଇରହି ଯାଉଥିବି।

କେବେ ଫଗୁଣର ଫୁଟା ଫୁଲେ

ପାଗଳ ଭଅଁର ଟେ ସାଜି

ଏ ଫୁଲରୁ ସେ ଫୁଲକୁ

ଡେଇଁ ବୁଲୁ ଥିବି।

ପୁଣି କେବେ

କାହାରି ହୃଦୟ ହାଜତରେ

ବନ୍ଦୀ ହୋଇ ଯାଇଥିବି

ଦୁନିଆ କୁ ଅନେକ ପଛରେ ଥୋଇ

ଆଗକୁ ଆଗକୁ ଡେଇଁ ବୁଲୁଥିବି।

କେବେ ଗୋଟେ ଭାବୁକର

ଭାବନାରେ ବସି

ରାଜୁତି କରୁଥିବି ତ'

ପୁଣି !କେବେ ଗାୟକର କଣ୍ଠରୁ

ସାତ ସୁରେ ଝରି ପଡୁଥିବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational