Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.Siddheswar Behera

Children

3  

Mr.Siddheswar Behera

Children

କେବେ ଆସିବ ତୁମେ ମୌସୁମୀ

କେବେ ଆସିବ ତୁମେ ମୌସୁମୀ

1 min
303


ଗୁଳୁଗୁଳି, ଗରମ ଅସହ୍ୟ ହେଲାଣି ।

 କେବେ ଆସିବ ତୁମେ ମୌସୁମୀ ।।


 ଗଛଲତା ପତ୍ର ସବୁ ଗଲାଣି ଝଡି ।

 ଜଳକଷ୍ଟେ ଜୀବ ଦେଲେଣି ରଡି ।।


 ଟାଣ ଖରାରେ ଧରା ଆଁ କଲାଣି ।

 କୃଷକ ମୁଣ୍ଡରେ ହାତ ଦେଲେଣି ।।


   ଅନାଇ ରହିଛି ଚାତକ ତୁମକୁ ।

   ମେଣ୍ଟାଅ ତା ଅସରନ୍ତି ତୃଷ୍ଣାକୁ ।।


  ନଦୀ, ପୁଷ୍କରିଣୀ ଗଲାଣି ଶୁଖି ।

  ସହ୍ୟ ହେଉନାହିଁ ଏସବୁ ଦେଖି ।।


   ଡେରି କରନାହିଁ ଯାଅ ବରଷି ।

  କଳାମେଘ ରଥେ ସଅଳ ଆସି ।।


   ଶୀତଳ ବର୍ଷାଜଳ ଦିଅ ବରଷି ।

   ଜଳ ପାଇ ସଭିଏଁ ହୁଅନ୍ତୁ ଖୁସି ।।



Rate this content
Log in

Similar oriya poem from Children