STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"କେବେ ଆମେ ଆଉ ବୁଝିବା"

"କେବେ ଆମେ ଆଉ ବୁଝିବା"

1 min
305

  

      ଜୀବନ ଜୀବିକା ପାଇଁ

         କେତେ ଆଉ ଭାଇ ଯୁଝିବା

      ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧେ

          କେବେ ଆମେ ଆଉ ବୁଝିବା ?


      ମାଟି ମା'ର ଋଣ କୁ

       ଆଉ କେତେ ଜନ୍ମ ପରେ ଶୁଝିବା

      ଆଲ୍ କହିଲେ କାଲ୍ ଶୁଭେ ଆମକୁ

          ଭୁଲ୍ ଠିକ୍ ର ବିଚାର ପଦ୍ଧତିକୁ

        କେବେ ଆମେ ଆଉ ବୁଝିବା ?


       ଅନ୍ୟାୟ ଅନୀତି ଦୁର୍ନୀତି କୁ

         କେତେଦିନ ଆଉ ସହିବା

       ମିଥ୍ୟାକୁ ସତ୍ୟର ରୂପ ଦେଇ

       କେତେ ଦିନ ମିଛ କଥା ଗୁଡା କହିବା ?

      

      ଆମ ଆଇନ୍ କାନୁନ୍ 

        ଶାସନ ପ୍ରଶାସନ କଳର ଗୁମର କଥା

         କେବେ ଆମେ ଆଉ ବୁଝିବା

      ନ୍ୟାୟ ପାଇବାକୁ ଶାସନ କଳ ସହ

        କେତେ ପ୍ରକାରେ ଯୁଝିବା

      ଆମ ବାକ୍ ସ୍ଵାଧୀନତା

        ବ୍ୟକ୍ତି ସ୍ଵାଧୀନତା କଥା

     ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧେ

        କେବେ ଆମେ ଆଉ ବୁଝିବା ?


     ଅନ୍ଧାର ଭିତରେ ଘାଣ୍ଟି ହୋଇ ହୋଇ

     କେବେ ନୂଆ ଆଲୋକକୁ ଆମେ ଦେଖିବା

     ଜ୍ଞାନୀ ଗୁଣୀ ମହାପୁରୁଷଙ୍କ ଠୁ

      ଆମେ କେତେ ଦିନ ଗଲେ

           ନୀତି ଆଦର୍ଶର କଥା ଶିଖିବା

      କେତେ ଦିନ ମାଗି ଖାଇବା

      ସ୍ଵାଧୀନତା ର ସୁଦୀର୍ଘ 

         ଚଉସ୍ତରୀ ବର୍ଷ ପରେ ବି

       ଆମ ଆତ୍ମସମ୍ମାନ ଓ ସ୍ଵାଭିମାନକୁ

       ଆଉ କେତେ ଦିନ ଗଲେ ଜଗିବା

       କେତେ ଦିନ ଆଉ ମାଗଣା ଖିଆର

         ସ୍ଲୋଗାନ ରେ ଆମେ ହଜିବା

      କେବେ ଆମେ ଆଉ

        ଆମ କର୍ତ୍ତବ୍ୟ ନିଷ୍ଠା ଓ

          କର୍ମ ନୈପୁଣ୍ୟତାକୁ ବୁଝିବା ?


      ଋଣ କରି କରି ଘିଅ 

           କେତେ ଦିନ ଆଉ ପିଇବା

      ଛତା, ଜୋତା, 

         ସାଇକେଲ, କମ୍ବଳ, ଚାଉଳ

            କେତେ ଦିନ ମାଗି ପାଇବା

        ନିଜ କର୍ତ୍ତବ୍ୟକୁ ଭୁଲି

          କେତେ ଦିନ ଆଉ

           ପର ହାତ ଟେକାକୁ ଚାହିଁବା

        ଉଡାଜାହାଜ କୁ ଛାଡି

           କେତେ କାଳ ଆଉ 

             ଶଗଡ ଗାଡିରେ ରହିବା

        ମାଟି ମା'ର ଦୁଃଖେ ସୁଖେ

           କେବେ ଆଉ ଆମେ ହଜିବା

       ଆମ ପରିବେଶ, 

           ଆମ ଦେଶ ଓ ବିଶ୍ଵର

        ମଙ୍ଗଳ କାମନା 

              କେବେ ଆଉ ମନେ ହେଜିବା

        ନିଜ ଅଧିକାର ଓ କର୍ତ୍ତବ୍ୟ ସମ୍ବନ୍ଧେ

          କେବେ ଆମେ ଆଉ ବୁଝିବା ?


            


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract