STORYMIRROR

Chittaranjan Nanda

Abstract Classics Inspirational

4  

Chittaranjan Nanda

Abstract Classics Inspirational

କବିଟିଏ ସିଏ

କବିଟିଏ ସିଏ

2 mins
166


ମନରେ ଭାବିଲି ଆଜି ଏଣେ ତେଣେ ବୁଲି 

ମନେ ଥିବା ଖବର ସବୁକୁ,

ସମାଜରେ ବିଭିନ୍ନ ବ୍ୟକ୍ତିଙ୍କର କାର୍ଯ୍ୟକଳାପ 

ସବୁ ଏଠି ପ୍ରକାଶ କରିବାକୁ |୧|


ରୋଗୀଟିଏ ତାର ଅସହ୍ୟ ଯନ୍ତ୍ରଣାରେ ଛଟ

ପଟ ହେଉଥିବା ସମୟରେ,

ବଂଚିବା ଓ ସାହାରା ପାଇଁ ଉପସ୍ଥିତ ହୁଏ ସେ 

ଭଗବାନରୂପୀ ଡାକ୍ତର ପାଖରେ |୨|


ଡାକ୍ତରଟିଏର ନିଜର ଗାରିମା ବୁଦ୍ଧି ବଳ 

ପ୍ରୟୋଗରେ ରୋଗୀ ସୁସ୍ଥ ହୁଏ

ଆଜି ସେଇ କର୍ତ୍ତବ୍ୟର ଆବଶ୍ୟକତା ବିିଭିନ୍ନ 

ସ୍ଥାନରେ ଅଭାବ ଦେଖା ଦିଏ |୩|


ଯାଇଅଛି ବହୁ ଡାକ୍ତରଙ୍କ ପାଖକୁ ଯିଏ ଧାଇଁ

ଥାନ୍ତି ନିଜ ସୁବିଧା ପଛରେ

ହଜାରକେ ଏକ ପାଇଛି ଯାହାର ମନୋବୃତ୍ତି 

ହିଁ ମାନବର ସେବାରେ |୪|


ମୁଁ ହିନ୍ଦୁ, ଯାଇଛି ଆମ ଦେଶରେ ରହିଥିବା 

ହଜାର ହଜାର ମନ୍ଦିର ଭିତରକୁ

ଦେଖିଅଛି ଚିତା ଚଇତନ କାଟି, କିଛି ଧର୍ମ

ଧ୍ୱଜାଧାରୀ ଠକନ୍ତି ନିରୀହ ଲୋକଙ୍କୁ |୫|


ଅମଣିଷପଣିଆ ରାଜୁତି କରୁଛି ସେମାନଙ୍କ

ଠି ମଣିଷ ଖୋଳପା ଭିତରେ

ନାନା ଉତ୍ପାତ କରିବା ଦେଖିଛି, ରଖି ଫିସାଦିଆ 

ମଣିଷର ହାବଭାବରେ |୬|


ଦେଖିଛି ରାସ୍ତାପାର୍ଶ୍ୟ ବୃଦ୍ଧ କୃଷକଙ୍କୁ କୋଦାଳ 

ଧରି ଗାତ ଖୋଳିବାରେ,

ବହୁ ଶ୍ରମିକ କୃଷକ ଉତ୍ତର ମତେ ଦେଇଛନ୍ତି, 

ସେମାନଙ୍କୁ ପଚାରିବାରେ |୭|


ଇଶ୍ୱରଙ୍କ ଭଜନ ପୂଜନ ସମ୍ପର୍କରେ ବିଶେଷ 

କିଛି ତ ଜଣାନାହିଁ ତାଙ୍କୁ

ସୃଷ୍ଟିର ସର୍ବ ପ୍ରାଣୀ ଇଶ୍ୱରଙ୍କ ସନ୍ତାନ, ଶ୍ରମ 

କରନ୍ତି ତାଙ୍କ ଅଂଶ ମଣିଷଙ୍କୁ |୮|


ପଥେ ଯାଉ ଯାଉ ଦିନେ ପଶିଥିଲି ମୁଁ କବି 

ଅନନ୍ତ ପଟ୍ଟନାୟକଙ୍କ ଘରକୁ

ପଚାରି ଥିଲି କବିଙ୍କର କର୍ତ୍ତବ୍ୟ କଅଣ, ତାହା 

ମୋତେ ଟିକିଏ କହିବାକୁ |୯|


ଯିଏ ନ୍ୟାୟର ପୁଷ୍କରିଣୀକୁ ଖୋଜିବାରେ ତ 

ମଣିଷଙ୍କୁ ସହାୟତା କରିଥାଏ,

ଯାହା ଫଳରେ ସରବଙ୍କ ନ୍ୟାୟ ତୃଷା ଦୂର

ହୋଇ ପାରିବ, କବିଟିଏ ସିଏ |୧୦|


ଏହିଠାରେ ମନେ ପଡୁଅଛି ମୋର ପଠନ 

କରିଥିବା ଏକ ସଂସୃତର ପଂକ୍ତି,

ତାହାର ଯଥାର୍ଥତା ଅଛି ବୋଲି ମୁଁ ଏଠାରେ

କରୁଅଛି ତାହାର ଉଦ୍ଧୃତି |୧୧|

କବିଃ କରୋତି ପଦ୍ୟାନି ଲାଳୟତ୍ୟୁତ୍ତମୋ ଜନଃ |

ତରୁ ପ୍ରସୂତେ ପୁଷ୍ପାଣି ମରୁଦ୍ ବହତି ସୌରଭମ୍ ||


ତରୁ ପୁଷ୍ପ ସୃଷ୍ଟି କରନ୍ତି, ମରୁଭୂମି ମଧ୍ୟ ତାର

ସୁବାସକୁ ପାଇ ଥାଏ

କବି ପଦ୍ୟ ରଚନା କରଇ, ତାର ମାଧୁର୍ଯ୍ୟକୁ

ପାଠକର ଲାଳନ ପାଳନେ ରହେ |୧୨|


କବିର କଳ୍ପନା, ମନର ଭାବନା, ଚେତନାର 

ପ୍ରାଚୁର୍ଯ୍ୟରେ, ହୁଏ ଯେଉ ଗାଥା

ସେ ତ ହୋଇ ପାରଇ ଜଗତ ଭିତରେ କେବଳ

ଗୋଟିଏ କାଳଜୟୀ କବିତା |୧୩|


କବି ସିଏ, କୌଣସି କାରଣରେ ବିଦଗ୍ଧ ମନର 

ଗୋପନ ବାରତାକୁ ଫୁଟାଇ ପାରେ,

କବି ସିଏ, ମନର ନିର୍ଝର ମରୁରେ ନୂତନତା ଓ 

ପ୍ରାଣର ସତ୍ତାକୁ ଝରାଇ ପାରେ |୧୪|


ଆଶା ମନେ ରଖେ ମୋର ହୃଦୟରେ ସଦା ଏହି 

ଭାବନାଟି ରହିଥାଉ

ଲେଖନୀ ମୋର ସଦା ସମାଜର ନିର୍ବଳ ମଣିଷଙ୍କ

ପାଇଁ ବାରତାକୁ କହୁ |୧୫|



రచనకు రేటింగ్ ఇవ్వండి
లాగిన్

Similar oriya poem from Abstract