STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

କବିତାର ସମୟ

କବିତାର ସମୟ

1 min
176


କବିତା ଲେଖିବା ପାଇଁ

ବାଧ୍ୟ କର ତୁମ୍ଭେ

ଲେଖି ହୁଏନି କବିତା

ଯଦି ତୁମେ ପାଶେ ଅଛ

କିନ୍ତୁ

ବିଚ୍ଛେଦର ଅନ୍ଧକାର ବେଳେ

ଲେଖିହୁଏ ଅନେକ ଅନେକ 

ପ୍ରେମର କବିତା

କଲମରୁ ସରିଯାଏ କାଳି

କାଗଜର ପୃଷ୍ଠା ସରିଯାଏ

ମୋ ସ୍ମୃତିର ଅନେକ ଭାବନା

ଗୁନ୍ଥି ଦିଏ

ଅନେକ ଅନେକ କବିତା 

ରାତି ପାହିଯାଏ

କବିତା ସରେନି 

କବିତାର ସମୟ ଅଣ୍ଟେନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance