STORYMIRROR

Prasanna kumar sahu

Romance

3  

Prasanna kumar sahu

Romance

କବିତାକୁ ଭଲ ପାଇନାମ ନେଲି

କବିତାକୁ ଭଲ ପାଇନାମ ନେଲି

1 min
201


ସେଦିନ କବିତା

ଦିବସ ଯେ ଥିଲା

ଲିଖିତ କବିତା

ମୋ ସ୍ତ୍ରୀ ଦେଖିଦେଲା।


କେତେ ଭଲ ପାଏ

କବିତା ତୁମକୁ

ହୃଦୟ ଦେଇ ସତରେ,

ବିରସ ହୁଅଇ

ମୋର ମନ ସଦା

ତୁମେ ନଥିଲେ ପାଖରେ।


ରାଗ ପହଞ୍ଚିଲା

ପଞ୍ଚମେ ତାଙ୍କର

ଦାନ୍ତ କାମୁଡି ଆସିଲେ,

କେଉଁ କବିତା ସେ

ପାଲେ ପକାଇଛି

ମୋତେ ରାଗେ ପ୍ରଶ୍ନ କଲେ।


କହିଲେ ମୋଠାରୁ

ସୁନ୍ଦରୀ କି ଏତେ

ପ୍ରେମ କର କବିତାକୁ,

ସମ୍ଭାଳିବ ଏବେ

କେତେ ବଳ ଅଛି

ଯାଉଛି ମୁହିଁ ଥାନାକୁ।


କବିତା ପ୍ରେମରେ

ପଡ଼ିଅଛ ତୁମେ

ବିବାହ କରି ମୋତେ,

ଥାନା ବାଲା ଆସି

ଭିଡ଼ି ନେବେ ସାଙ୍ଗେ

ବେଡି ପାକାଇଣ ହାତେ।


କେତେ ବୁଝାଇଣ

କହିଲି ପ୍ରିୟାକୁ

ତିଳେ ସେ ବୁଝିଲା ନାହିଁ,

କେତେ ହଟ ହଟା

କରିଲା ପ୍ରିୟା ମୋ

ମୋତେ ଥାନାକୁ ଡକାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance