STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

କବିତା******

କବିତା******

1 min
169


କବିତା ଲୋ ତୁହି ଶବ୍ଦ ସମାହାର

କେବେ ଜୀବନ ସଂଗୀତ.

କେବେ ତୁମେ ପ୍ରୀତି ପୁଣି ପ୍ରଜାପତି,

ଶାନ୍ତି ମୁକ୍ତିର ପଥ...।

କେବେ ଶାନ୍ତିର କପୋତ

କେବେ ବିପ୍ଳବ ର ବହ୍ନି

କେବେ ପୁଣି ଦେଶ ପ୍ରେମ ଗୀତ

ମନର ଭାବନା କାଗଜରେ ଲେଖି,

ଛାତିର ବ୍ୟଥାକୁ ଦୂରେଇ ଦେଉଛ.

ଭେଟି ଦିଅ କେତେ ମିତ...।

ସବୁ ଦିନ ପରା ତୁମରି ପାଇଁ ଯେ

କି ଦିବସ ପାଳିବୁ କୁହ

ଏତିକି ମାଗୁଣି କବିତାଗୋ ତୁମେ,

ଅସୁମାରୀ ତୁମ ମନ୍ଦାକିନୀ ଧାରା

ପ୍ରତିଦିନ ବୁହାଉ ଥାଅ...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational