STORYMIRROR

Tapan Dixit

Romance Abstract Others

2  

Tapan Dixit

Romance Abstract Others

କବିତା

କବିତା

1 min
13.6K


କବିତାକୁ ମୋର ପଢ଼ୁଥିବ ତୁମେ ରାତି ଆସୁଥିବ ପାହି 

ମୁଁ ଫେରୁଥିବି ସପନ ଘାଟରୁ 

ବାସ୍ତବ ଚେତନା ନେଇ .II

କମ୍ପନ ଥିବ ଦୁଇଟି ଛାତିରେ ..... 

ବିରହର ଗୀତି ଗାଇ 

ବୋଧ ହୁଏ! ପୁଣି ପ୍ରତୀକ୍ଷା କରିବା 

ଆଉ ଏକ ସ୍ଵପ୍ଣ ପାଇଁ ...II

ତୁମ  ବିଚ୍ଛେଦରେ.., ……

ତମକଥା ମନେ ପଡେ ..........

ଶୀତରାତି ପାହାନ୍ତି ପହରେ 

ଝରୁଥିବା କାକରରେ 

ଭିଜିଯାଏ ଗଙ୍ଗଶିଉଳିଟା 

ଜହ୍ନ ଲୁଚେ ...

କୁହୁଡିର ଘନ ଆସ୍ତରଣେ 

ଅସ୍ତିତ୍ବର ମୃତ୍ୟୁ ହୁଏ 

କାମନାର ଶିଶୁ କାନ୍ଦେ 

ମଖମଲି କମ୍ବଳ ଭିତରେ 

ସ୍ଵପ୍ଣ ଆସେ .....

ବାରମ୍ବାର ଅଳସ ଆଖିରେ 

ନିଦ ଭାଙ୍ଗେ 

ହୃଦୟଟା କଡ଼ ଲେଉଟାଏ 

ପ୍ରସୂତି ଯନ୍ତ୍ରଣା ପରି 

ବେଦନାର ଅନ୍ତ ହୁଏ ନାହିଁ 

ତୁମ  ବିଚ୍ଛେଦରେ.., …….. ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance