"କବିତା"
"କବିତା"
କବିତା ଗୋ, ତୁମେ ତ ଅଟ ରସାଳ
ସ୍ବର,ତାଳ ର ସମାହାର
ରାଗ,ତାଳ,କାବ୍ୟ କୁ ସାଥିରେ ନେଇ
କବିତା ଗୋ, ତୁମ ହୁଅ ସଜେଇ ।
ଧାତୁ,ମାତୁ,ଅଙ୍ଗ କୁ ଏକାଠି ନେଇ
ଗୀତି କବିତା ତ ସୃଷ୍ଟି ହୁଅଇ
ଗୀତ କାବ୍ୟ ର ତ ସମ୍ପର୍କ ମଧୂର
ଧାତୁ ଯୋଡ଼ି ଥାଏ ଏହାର ତାର ।
ଶବ୍ଦ, ଅର୍ଥ ରସକୁ ସଜେଇ ଦେଇ
କବିତା ଉଠଇ ଜୀବନ୍ତ ହୋଇ
ଶବ୍ଦ, ଛନ୍ଦ କୁ ନେଇ ସାହିତ୍ୟକାର
ସ୍ବର,ଲୟକୁ କରେ ପରିବେଷଣ ।
ଗୀତ, ନୃତ୍ୟ,ବାଦ୍ୟ ତ ଏକାଠି ହେଲେ
ସଙ୍ଗୀତ ବୋଲି ବୁଝାଏ ଭଲେ
କାବ୍ୟ, ଗୀତ ର ଯୋଡ଼ି ବଡ଼ ମଧୂର
ଉଭୟ ଲକ୍ଷ ତ ରସ ସଞ୍ଚାର ।
ସାହିତ୍ୟ, ସଙ୍ଗୀତ ସ୍ଥାନ ଅତି ମହତ୍ତ୍ଵ
ମାନବ ଜୀବନ କରଇ ସାର୍ଥକ ।
ସାହିତ୍ୟ ,ସଙ୍ଗୀତ ଆନନ୍ଦ ରସ ସାଗର
ନୀର, କ୍ଷୀର ର ସମ୍ପର୍କ ଅମୃତ ତୁଲ୍ୟ ।
