କବିତା ଶୀର୍ଷକ* ଛଳନା
କବିତା ଶୀର୍ଷକ* ଛଳନା


ମଣିଷ ଜୀବନ ଅଢେ଼ଇ ଦିନିଆ
ହସକାନ୍ଦ ଭରା ଏଇ ସଂସାର ।
ସ୍ନେହ ପ୍ରେମ ପ୍ରତାରଣା ଛଳନା
ଏଗୁଡିକ ଅଟେ ତା ସମାହାର ।
ସ୍ୱାମୀ ସ୍ତ୍ରୀ ମଧ୍ୟରେ ଛଳନା ପଶିଲେ
ଉଜୁଡି ଯାଏଟି ସୁନ୍ଦର ଘର ।
ଦୁଇ ବନ୍ଧୁ ମଧ୍ୟେ ଛଳନା ରହିଲେ
ସୁସଂପର୍କରେ ପଡେ ଲକ୍ଷ୍ମଣଗାର ।
ପଡୋଶୀ ଙ୍କ ପାଖେ ଛଳନା ରଖିଲେ
ସ୍ନେହ ଆଦର କେବେ ମିଳଇ ନାହିଁ ।
ଦେଶେ ଦେଶେ ଯଦି ଏପରି ହୁଅଇ
ପାକିସ୍ତାନ ଚୀନ ଜ୍ୱଳନ୍ତ ଅଛଇରହି ।
ଭାଇ ଭାଇ ରକ୍ତ ସଂପର୍କରେ ପୁଣି
ଛଳନା ପଶିଲେ ବଢଇ ତିକ୍ତ ।
ଗୃହ ବିବାଦ ଓ ସମ୍ପଦ ବିବାଦ
ବଢିଲେ ଛିଣ୍ଡଇ ଅନେକ ମୁଣ୍ଡ ।
ପ୍ରେମ କରି କିଏ କାହାକୁ ଠକିଲେ
ଛଳନା ର ଆଖ୍ୟା ପାଆନ୍ତି ସେହି ।
ଛଳ ପ୍ରତାରକ ବୋଲିଣ ଉଭୟେ
ପ୍ରେମ ସଂପର୍କ ରେ ଡୋରି ବାନ୍ଧନ୍ତି ।
ଏଣୁ କରି ମୋର ଅନୁରୋଧ ରଖ
ହେ ପ୍ରିୟ ଭାଇ ଓ ଭଉଣୀ ମାନେ ।
କେଉଁ ପରିସ୍ଥିତିରେ ବି ଛଳନା ନ କର
ପ୍ରଶଂସିତ ହେବ ଜଗତ ଜନେ ।